ETV Bharat / city

ପୁଣି ଚିନ୍ତା ବଢାଇଲା କୋରୋନା; ଭୁବନେଶ୍ବରରେ ନୂଆ 22 ଆକ୍ରାନ୍ତ, 15 ସୁସ୍ଥ

ରାଜଧାନୀରେ ପୁଣି ବଢିଚାଲିଛି କୋରୋନା ସଂକ୍ରମଣ । ଆଜି (ବୁଧବାର) ସର୍ବାଧିକ 22 ସଂକ୍ରମଣ ହୋଇଛନ୍ତି । 3 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 19 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି ଚିନ୍ତା ବଢାଇଲା କୋରୋନା; ଭୁବନେଶ୍ବରରେ ନୂତନ 22 ଆକ୍ରାନ୍ତ, 15 ସୁସ୍ଥ

author img

By

Published : Jun 24, 2020, 5:26 PM IST

ଭୁବନେଶ୍ବର: ରାଜଧାନୀରେ ବଢି ଚାଲିଛି କୋରୋନା ସଂକ୍ରମଣ । ବୁଧବାର ଏକାଥରକେ ସର୍ବାଧିକ 22 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 3 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 19 ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି ।

ଏହି ତିନି ଜଣଙ୍କ ମଧ୍ୟରୁ ଜଣେ 28 ବର୍ଷର ବ୍ୟକ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର କୋଲକାତା ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ 29 ବର୍ଷିୟ ବ୍ୟକ୍ତି ରେଳ ବିଭାଗରେ କାମ କରନ୍ତି । ସେ ଦିଲ୍ଲୀରୁ ଫେରିଛନ୍ତି । ସେହିପରି 24 ବର୍ଷର ବ୍ୟକ୍ତି ଭିଏସଏସ ନଗର ଅଞ୍ଚଳରେ ପୂର୍ବ ପଜିଟିଭ ସଂସ୍ପର୍ଶରେ ଆସିଥିଲେ ।

ତେବେ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି 19 ଜଣ । ଏହି 19 ଜଣଙ୍କ ମଧ୍ୟରୁ 16 ଜଣ ହେଉଛନ୍ତି ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ସେମାନଙ୍କ ମଧ୍ୟରୁ 3 ଜଣ ମହିଳା ମଧ୍ୟ ଅଛନ୍ତି । ଏମାନେ ସମସ୍ତେ ପୂର୍ବ ପଜିଟିଭ ସଂସ୍ପର୍ଶରେ ଆସିଥିଲେ । ସେପଟେ ଚିହ୍ନଟ ହୋଇଥିବା ଅନ୍ୟ 2 ସ୍ଥାନୀୟ ହେଉଛନ୍ତି ନୀଳାଦ୍ରି ବିହାର ଅଞ୍ଚଳର ଏବଂ ଆଉ ଜଣେ ହେଉଛନ୍ତି ଶୈଳେଶ୍ରୀ ବିହାର ଅଞ୍ଚଳର ବ୍ୟକ୍ତି ।

ସେପଟେ ଆଜି ଭୁବନେଶ୍ବରରେ 15 ଜଣ ସୁସ୍ଥ ହୋଇଛନ୍ତି । ଏମ୍ସ ଅଞ୍ଚଳର ଜଣେ 37 ବର୍ଷର ପୁରୁଷ, ଡୁମଡୁମା ଅଞ୍ଚଳର 27 ବର୍ଷର ଯୁବକ ସୁସ୍ଥ ହୋଇଛନ୍ତି । 3 ଜଣ ପଟିଆର ପେଟ୍ରୋଲ ପମ୍ପର ସୁସ୍ଥ ହୋଇଛନ୍ତି । ଅନ୍ୟ ଦୁଇ ଜଣ ୟୁନିଟ 4 ର ଶାସ୍ତ୍ରୀନଗର ଅଞ୍ଚଳରେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଅନ୍ୟ ଏକ ପଜିଟିଭ ଜୟଦେବ ବିହାର, ସତ୍ୟନଗର, ଆଇଜି କଲୋନୀ କଳିଙ୍ଗ ଷ୍ଟାଡିୟମ, ରସୁଲଗାଡ, ଡୁମଡୁମା ଅଞ୍ଚଳର ହୋଇଥିବା ବେଳେ 2 ଜଣ ସରକାରୀ ହସ୍ପିଟାଲରେ କର୍ମଚାରୀ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ବରରେ ମୋଟ 220 ଆକ୍ରାନ୍ତ ରହିଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି । ଏବେସୁଦ୍ଧା 103 ସକ୍ରିୟ ରହିଥିବା ବେଳେ 3 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.