ଭୁବନେଶ୍ବର: ରାଜ୍ୟରେ ପୁଣି ଘାତକ ହେଉଛି କୋରୋନା ସଂକ୍ରମଣ । ଗତ ତିନି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା 2 ଶହ ଚିହ୍ନଟ ହେଉଛନ୍ତି । ଗତ 24 ଘଣ୍ଟାରେ ପୁଣି 210 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । କ୍ବାରେଣ୍ଟାଇନରେ ରହିଥିବା 124 ଜଣଙ୍କ ରିପୋର୍ଟ ପଜିଟିଭ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 86 ଜଣ ବାହାରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା 14 49 ରହିଛି ।
ଆଜି 21ଟି ଜିଲ୍ଲାରୁ କୋରୋନା ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 51 ଜଣ କୋରୋନାରେ ଆକ୍ରାନ୍ତ ବାହାରିଛନ୍ତି । ନୂଆପଡାରୁ 23, କଳାହାଣ୍ଡିରୁ 12, ବଲାଙ୍ଗୀରରୁ 12, କଟକରୁ 19, ସମ୍ବଲପୁର 11, ସୁନ୍ଦରଗଡରୁ 12ଟି ପଜିଟିଭ କେସ ଚିହ୍ନଟ ହୋଇଛି ।
ସେହିପରି ଅନୁଗୋଳରୁ 1, ବାଲେଶ୍ବରରୁ 6, ବରଗଡ 8, ଢେଙ୍କାନାଳ 1, ଗଞ୍ଜାମ 3, ଜୟପୁର 8, ଝାରସୁଗୁଡା 4, କେନ୍ଦ୍ରାପଡା 2, କେନ୍ଦୁଝର 1, ମୟୂରଭଞ୍ଜ 8, ନବରଙ୍ଗପୁର 1, ନୟାଗଡ 2, ପୁରୀ 5, ରାୟଗଡାରୁ 2 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜ୍ୟର ଷ୍ଟେଟ ପୁଲ 12 ରହିଛି । ଆଜିର କୋରୋନା ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 33, 9904ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଗତ ଗୁରୁବାର ରାଜ୍ୟରେ କୋରୋନା ସଂକ୍ରମଣ 200 ଉପରେ ରହିଥିଲା । ଶୁକ୍ରବାର 234 ଆକ୍ରାନ୍ତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ