ETV Bharat / city

21 Families Seek justice: ନ୍ୟାୟ ପାଇଁ ଏକାଠି ହେଲେ ୨୧ ପରିବାର - ୨୧ ପରିବାରଙ୍କ ଇଚ୍ଛାମୃତ୍ୟୁ ଅବେଦନ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ନିର୍ମମ ହତ୍ୟା, ଶିଶୁ ଚୋରିକୁ ବନ୍ଦ କରିବା ଓ ବିଭିନ୍ନ ଅପରାଧିକ ଘଟଣାର ସଠିକ ତଦନ୍ତ କରି ନ୍ୟାୟ ଦେବା ଦାବିରେ ଭୁବନେଶ୍ବରର ଜୟଦେବ ଭବନଠାରେ ଧାରଣା ଦେଇଛନ୍ତି ନ୍ୟାୟରୁ ବଞ୍ଚିତ ୨୧ ପରିବାର । ଅଧିକ ପଢନ୍ତୁ

ନ୍ୟାୟ ପାଇଁ ଏକାଠି ହେଲେ ୨୧ ପରିବାର
ନ୍ୟାୟ ପାଇଁ ଏକାଠି ହେଲେ ୨୧ ପରିବାର
author img

By

Published : Dec 14, 2021, 5:37 PM IST

ଭୁବନେଶ୍ବର: ନ୍ୟାୟ ପାଇଁ ଏକାଠି ହେଲେ ୨୧ ପରିବାର ( 21 families demand justice) । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ନିର୍ମମ ହତ୍ୟା, ଶିଶୁ ଚୋରିକୁ ବନ୍ଦ କରିବା ଓ ବିଭିନ୍ନ ଅପରାଧିକ ଘଟଣାର ସଠିକ ତଦନ୍ତ କରି ନ୍ୟାୟ ଦେବା ଦାବିରେ ଭୁବନେଶ୍ବରର ଜୟଦେବ ଭବନଠାରେ ନ୍ୟାୟରୁ ବଞ୍ଚିତ ୨୧ ପରିବାର ଧାରଣା ଦେଇଛନ୍ତି । କାରଣ ରାଜ୍ୟରେ ଏଭଳି ଅନେକ ଘଟଣା ରହିଛି, ଯାହାର ସଠିକ ତଦନ୍ତ ହୋଇପାରିନଥିବାରୁ ଅପରାଧୀମାନେ ଖୁଲମଖୁଲା ବାହାରେ ବୁଲୁଛନ୍ତି ।

ନ୍ୟାୟ ପାଇଁ ଏକାଠି ହେଲେ ୨୧ ପରିବାର

ଏପଟେ ଦୋଷୀକୁ ଦଣ୍ଡ ଦେବା ପାଇଁ ବିଭିନ୍ନ ବିଭାଗଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ, ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ ମଧ୍ୟ ନ୍ୟାୟ ମିଳୁନାହିଁ । ତେଣୁ ନ୍ୟାୟରୁ ବଞ୍ଚିତ ୨୧ ପରିବାର ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟଙ୍କ CBI ତଦନ୍ତ ପାଇଁ ଦାବି କରିଛନ୍ତି । ଯଦି ତାହା ନ ହୁଏ ତେବେ ପରିବାର ଲୋକଙ୍କୁ ଇଚ୍ଛାମୃତ୍ୟୁ (euthanasia) ପାଇଁ ଅନୁମତି ଦିଅନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବାର।

କାରଣ ସନ୍ତାନ ବିନା ବଞ୍ଚିବା ଯେତିକି କଷ୍ଟଦାୟକ, ତାଠୁ ଦୁଃଖଦାୟକ ସେମାନଙ୍କୁ ନ୍ୟାୟ ଦେଇନପାରିବା । ତେଣୁ ସମୂହ ମୃତ୍ୟୁକୁ ଶ୍ରେୟ ମନେକରିଛନ୍ତି ପରିବାର ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.