ETV Bharat / city

ରାଜ୍ୟ 2 ହଜାର କୋଟି ମାଗିଥିଲେ ଭଲ ହୋଇଥାନ୍ତା: ସୁର

author img

By

Published : May 28, 2021, 4:35 PM IST

ଓଡିଶା ଆସି ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ରାଜ୍ୟ 2 ହଜାର କୋଟି ମାଗିଥିଲେ ଭଲ ହୋଇଥାନ୍ତା ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

2000 Cr will be the better for cyclone yaas damage says congress
ରାଜ୍ୟ 2 ହଜାର କୋଟି ମାଗିଥିଲେ ଭଲ ହୋଇଥାନ୍ତା: କଂଗ୍ରେସ

ଭୁବନେଶ୍ବର: ଓଡିଶା ଆସି ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର ।

ବାତ୍ୟା ବିପଦ ବେଳେ ଓଡିଶା ଆସି ରାଜ୍ୟ ପାଇଁ ସାହା ହୋଇଛନ୍ତି । ରାଜ୍ୟ ସରକାର ଆଜି ସହାୟତା ପାଇଁ କିଛି ଅର୍ଥ ମାଗିବା କଥା । କାହିଁକି ମାଗିଲେନି ମୁଁ ଜାଣିନି । ରାସ୍ତା ଓ ବିଦ୍ୟୁତ କ୍ଷୟକ୍ଷତି ପାଇଁ 2 ହଜାର କୋଟି ମାଗିବା କଥା । ଅଣ୍ଡର କେବଲିଂ ଓ କୋଷ୍ଟଲ ଷ୍ଟର୍ମ ସର୍ଜ ପ୍ରୋଟେକ୍ସନ ଦୀର୍ଘ ମିଆଦି ଯୋଜନା । କେବେ ଅର୍ଥ ମିଳିବ କେବେ କାମ ଆରମ୍ଭ ହେବ କେବେ ସରିବ ଠିକ ନାହିଁ । ବର୍ତ୍ତମାନ ଲୋକ ବଂଚିବା ପାଇଁ ପ୍ରଥମେ ସବୁ ବ୍ୟବସ୍ଥା କରାଯାଉ । ବାତ୍ୟା ବେଳେ ବହୁ ସ୍ଥାନରୁ ଅବ୍ୟବସ୍ଥା ଅଭିଯୋଗ ଆସିଛି । 7 ଲକ୍ଷ ଲୋକଙ୍କୁ ଏସଆରସି ସ୍ଥାନାନ୍ତର କରିଛୁ ବୋଲି କହୁଛନ୍ତି ଯାହା ମିଛ । ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ଠିକ ଭାବେ ଖାଇବାକୁ ଦିଆ ଯାଇନି । କଚ୍ଚା ଘର ଭାଙ୍ଗିଥିବା ଲୋକଙ୍କୁ ପ୍ରଥମେ ପକ୍କା ଘର ଦିଆଯାଉ ବୋଲି ସୁରେଶ ଦାବି କରିଛନ୍ତି ।

ସୂଚନାଥାଉକି ସାମୁଦ୍ରିକ ବାତ୍ୟା ୟସ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ କ୍ଷତି ହୋଇଛି । ଏହା ସହ ଉତ୍ତର ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ଯୋଗଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାର ପୁନରଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ 128 ଟି ଗାଁ ଜଳବନ୍ଦୀ ହୋଇରହିଛି । ରାଜ୍ୟ ସରକାର ମଧ୍ୟ ଜରୁରୀ ପରିସ୍ଥିତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.