ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେବା ପରେ ଆଜି ବିଧାନସଭା ପରିସରରେ 20ଜଣ ବିଧାୟକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଏନେଇ ଆରମ୍ଭ ହୋଇଛି ଅଫଲାଇନ ପଞ୍ଜିକରଣ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ 20ଜଣ ବିଧାୟକଙ୍କୁ ଟୀକାକରଣ କରାଯିବ ।
ବିଧାନସଭା ପରିସରରେ ଥିବା ଡିସପେନସାରୀରେ ଟୀକାକରଣ କରିବାର ବ୍ୟବସ୍ଥା କରାଯାଇଛି । ସୂଚନାଥାଉକି, ଆଜିଠାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ତେବେ ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଥିବାବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଛନ୍ତି । ଉଭୟ ସ୍ବଦେଶୀ କୋଭାକ୍ସିନ ଟିକା ନେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ