ETV Bharat / city

ଭୁବନେଶ୍ବରରେ ହେବ ଆଉ 2 ଶ୍ମଶାନ

author img

By

Published : Oct 12, 2020, 8:53 PM IST

ରାଜଧାନୀ ଭୁବନେଶ୍ବର ମଧ୍ୟସ୍ଥଳରେ ଥିବା ସତ୍ୟନଗର ଶ୍ମଶାନ ଉପରେ ପଡୁଛି ଚାପ । ତେଣୁ ଖୁବଶୀଘ୍ର ସ୍ମାର୍ଟସିଟିରେ କାର୍ଯ୍ୟକ୍ଷମ ହେବ ଆଉ ଦୁଇଟି ନୂଆ ଶ୍ମଶାନ। ପଟିଆ ଓ ଖଣ୍ଡଗିରିରେ ଆଉ ଦୁଇଟି ନୂଆ ଶ୍ମଶାନ । ଅଧିକ ପଢନ୍ତୁ...

ରାଜଧାନୀରେ ଆଉ 2 ନୂଆ ଶ୍ମଶାନ
ରାଜଧାନୀରେ ଆଉ 2 ନୂଆ ଶ୍ମଶାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମଧ୍ୟସ୍ଥଳରେ ଥିବା ସତ୍ୟନଗର ଶ୍ମଶାନ ଉପରେ ପଡୁଛି ଚାପ । ତେଣୁ ଖୁବଶୀଘ୍ର ସ୍ମାର୍ଟସିଟିରେ କାର୍ଯ୍ୟକ୍ଷମ ହେବ ଆଉ ଦୁଇଟି ନୂଆ ଶ୍ମଶାନ। ପଟିଆ ଓ ଖଣ୍ଡଗିରିରେ ଆଉ ଦୁଇଟି ନୂଆ ଶ୍ମଶାନ । ପଟିଆରେ ଗ୍ୟାସ ଦ୍ୱାରା ଶବ ସଂସ୍କାର ବ୍ୟବସ୍ଥା କରାଯିବ । ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବ ଦାହ ବ୍ୟବସ୍ଥା କରାଯାଉଛି । ପଟିଆ ୱାର୍ଡ ନଂ ୩ରେ ଗ୍ୟାସ ଦ୍ୱାରା ଶବ ସଂସ୍କାର କରାଯାଉଛି । ବଡଗଡ ୱାର୍ଡ ନଂ ୪୪ ରେ ମଶାଣିରେ କାଠ ଚୁଲା ଏବଂ ଖଣ୍ଡଗିରି ୱାର୍ଡ ନଂ ୪୯ ରେ ବିଦ୍ୟୁତ ଚୁଲାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଏମସି କମିଶନର।

ଅସ୍ତବ୍ୟସ୍ତ କରୁଛି ସତ୍ୟନଗର ଶ୍ମଶାନରେ କୋଭିଡ ରୋଗୀଙ୍କ ଅନ୍ତିମ ସଂସ୍କାର, OHRCରେ ଅଭିଯୋଗ
ସତ୍ୟ ନଗରରେ ଧୂଆଁ ଓ ପରିବେଶକୁ ନେଇ ରାଜଧାନୀର କିଛି ଜନସାଧାରଣ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଭିଡ ଯୋଗୁଁ ସତ୍ୟ ନଗର ଶ୍ମଶାନରେ ଦାହ ସଂସ୍କାର ବହୁତ ବଢିଯାଇଛି । ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗର ମଶାଣି ଉପରେ ଚାପ ବଢୁଛି । ଖୁବଶୀଘ୍ର ଭୁବନେଶ୍ୱରରେ ଆଉ ଦୁଇଟି ସ୍ଥାନରେ ଶବ ସଂସ୍କାର ହେବ । ପଟିଆ ଓ ଖଣ୍ଡଗିରିରେ ଦୁଇଟି ଶ୍ମଶାନ ଦେଢମାସ ଭିତରେ କାର୍ଯ୍ୟକ୍ଷମ ହେବ, ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଛି । ସୋମବାର ଠାରୁ ସତ୍ୟନଗର ଶ୍ମଶାନରେ ବିଦ୍ୟୁତ ଚଳିତ ଦାହ ଚୁଲା କାର୍ଯ୍ୟକ୍ଷମ ହୋଇଛି ବୋଲି କହିଛନ୍ତି ବିଏମସି କମିଶନର ।କୋଭିଡ ସମୟରେ ଶବ ଦାହ ପାଇଁ ସତ୍ୟନଗର ଶ୍ମଶାନ ହିଁ ଭୁବନେଶ୍ୱର ମହାନଗର ନିଗମର ସାହା ଭରସା । ତେବେ ସୋମବାର ଭୁବନେଶ୍ୱର ସତ୍ୟନଗର ଜନସାଧାରଣ ସତ୍ୟନଗର ଶ୍ମଶାନ ଧୂଆଁ ଯୋଗୁ ପରିବେଶ ନଷ୍ଟ ହେଉଛି ବୋଲି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଖାଲି ଖଣ୍ଡଗିରି ଓ ପଟିଆ ନୁହେଁ ୱାର୍ଡ ନଂ ୪୪ ରେ ଥିବା ବଡଗଡ ଶ୍ମଶାନରେ ମଧ୍ୟ କାର୍ଯ୍ୟକ୍ଷମ ହେବ। ସୂଚନା ଥାଉ କି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଏକ ଘରୋଇ କମ୍ପାନୀ ପଦ୍ମାଳୟା ଏଣ୍ଟରପ୍ରାଇଜର୍ସ କୁ ୫ ବର୍ଷିଆ ଓ ଏମଆର କଣ୍ଟ୍ରାକ୍ଟ ଦିଆଯାଇଛି । ଟେଣ୍ଡର ମାଧ୍ୟମରେ ଏହା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.