ETV Bharat / city

ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ୨ ଗିରଫ

ଭୁବନେଶ୍ବରରେ ଆତଙ୍କ ଖେଳାଇ ଲୋକଙ୍କଠାରୁ ଲୁଟପାଟ କରୁଥିବା 2 ଲୁଟେରାକୁ ଧରିବାରେ ସଫଳ ହୋଇଛି ବଡଗଡ ଥାନା ପୋଲିସ । ସେମାନଙ୍କଠାରୁ ୬ଟି ମୋବାଇଲ ଫୋନ, ୬ ହଜାର ଟଙ୍କା, ଏକ ବନ୍ଧୁକ ଜବତ କରିବା ସହ ଏକ ଦାମୀ ବାଇକ୍ ଜବତ କରିଛି ପୋଲିସ ।

author img

By

Published : Apr 7, 2019, 3:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କୁଖ୍ୟାତ ଲୁଟେରା ଏବେ ପୋଲିସ କବଜାରେ । ରାଜଧାନୀ ଭୁବନେଶ୍ବରରେ ଆତଙ୍କ ଖେଳାଇ ଲୋକଙ୍କଠାରୁ ଲୁଟପାଟ କରୁଥିବା 2 ଲୁଟେରାକୁ ଧରିବାରେ ସଫଳ ହୋଇଛି ବଡଗଡ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କାହ୍ନୁ ଲେଙ୍କା ଓ ଜଣେ ନାବାଳକ ବୋଲି ଜଣାପଡିଛି ।

ଏହି ୨ ଲୁଟେରା ବଡଗଡ ଥାନା ଅଞ୍ଚଳର ବୋଲି ପୋଲିସ ନିକଟରୁ ସୂଚନା ମିଳିଛି । ପୋଲିସ ସେମାନଙ୍କଠାରୁ ୬ଟି ମୋବାଇଲ ଫୋନ, ୬ ହଜାର ଟଙ୍କା, ଏକ ବନ୍ଧୁକ ଜବତ କରିବା ସହ ଏକ ଦାମୀ ବାଇକ୍ ଜବତ କରିଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏମାନେ ବନ୍ଧୁକ ଦେଖାଇ ଲୁଟ କରିଥାନ୍ତି । ତେବେ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ ଦିନକୁ ଦିନ ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକ । ସୂଚନା ଅନୁସାରେ ଗତ ୬ ତାରିଖ ସନ୍ଧ୍ୟାରେ କଳ୍ପନା ଛକ ନିକଟରେ ଥିବା ପାରା ମାଉଣ୍ଟ ଖେଳପଡିଆ ନିକଟରେ ଏକ ସ୍କୁଟିରେ ବିଦ୍ୟୁତ ପ୍ରଭା ପଣ୍ଡା ନାମକ ଯୁବତୀଙ୍କଠାରୁ ଲୁଟ କରୁଥିବା ସମୟରେ ସ୍ଥାନୀୟ ଲୋକ ଲୁଟେରାଙ୍କୁ କାବୁ କରିଥିଲେ ।

ଅନ୍ୟପକ୍ଷେ ୪ ତାରିଖରେ ମଧ୍ୟ ପ୍ରମୋଦ ସାହୁ ନାମକ ଯୁବକଙ୍କଠାରୁ ମଧ୍ୟ ବିଜେବି କଲେଜ ନିକଟରୁ ଏହି ୨ ଜଣ ଯୁବକ ପ୍ରମୋଦଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୧୦ ହଜାର ଟଙ୍କା ସହ ମୋବାଇଲ ଫୋନ ଲୁଟି ନେଇଥିଲେ । ତେବେ ଉପରୋକ୍ତ ଘଟଣା ନେଇ ଥାନାରେ ମାମଲା ରୁଜୁ କରିଥିଲେ ବିଦ୍ୟୁତ ପ୍ରଭା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୨ ଜଣ ଯୁବକ ନିଶା କାରବାରରେ ମଧ୍ୟ ଜଡ଼ିତ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

lasklkla

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.