ଭୁବନେଶ୍ବର: ରାଜ୍ୟକୁ ଆସିଲା 2 ଲକ୍ଷ କୋଭିସିଲ୍ଡ ଟୀକା । ଟିକା ଅଭାବ ଯୋଗୁଁ ଅନେକ ସ୍ଥାନରେ ଟୀକାକରଣ ବନ୍ଦ ହୋଇଯାଇଥିବାବେଳେ ଏବେ ବିମାନବନ୍ଦରରେ ପହଞ୍ଚିଲା ଆଉ ୨ ଲକ୍ଷ ଟିକା । ରାଜ୍ୟରେ ଟିକାର ଅଭାବ ପରେ ଓଡି଼ଶାକୁ ଟିକା ଯୋଗାଣ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ନିବେଦନ କରିଥିଲେ ।
ରାଜ୍ୟରେ ଟିକାର ଅଭାବ ହେତୁ ଅନେକ ସ୍ଥାନରେ ଟୀକାକରଣ ବନ୍ଦ ରହିଥିଲା । ରାଜ୍ୟରେ 3.1 ଲକ୍ଷ ଡୋଜ କୋଭିସିଲ୍ଡ ଟିକା ମହଜୁଦ ଅଛି । ଗତକାଲି 1,500 ଟୀକାକରଣ କେନ୍ଦ୍ରରୁ 427ଟି କେନ୍ଦ୍ରରେ ଟୀକାକରଣ କରାଯାଇଥିଲା । ଅନ୍ୟପଟେ ଯେତିକି ଟିକା ଆସିଛି ତାହା ଦୁଇରୁ ତିନି ଦିନ ଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ