ଭୁବନେଶ୍ବର : ନେଇଗଲେ ୧୨ ଲକ୍ଷ । କହିଥିଲେ କରି ଦେବେ ୨୪ଲକ୍ଷ । ସେୟାର ବଜାରରେ ଇନଭେଷ୍ଟମେଣ୍ଟ ଆଳରେ ଟଙ୍କା ନେଇ ଫେରାର ହେଲେ ଦୁଇ ଅଭିଯୁକ୍ତ।
ଏନେଇ ବଡଗଡ ଥାନାରେ ହୋଇଥିଲା ଅଭିଯୋଗ। ଅଭିଯୋଗକୁ ଆଧାର କରି ଦୁଇ ଠକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଦୁଇ ଠକ ହେଲେ ସୁଶାନ୍ତ ଗୌଡ଼ ଓ ଶୁଭ୍ରାଂଶୁ ଶେଖର ପରିଡା। ଦୁହିଁଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ