ETV Bharat / city

ଗତବର୍ଷ ତୁଳନାରେ 18 ପ୍ରତିଶତ ଅଧିକ ଖରିଫ ଧାନ ସଂଗ୍ରହ - 18 pecent higher paddy procurement

ଚଳିତ ଆର୍ଥିକ ବର୍ଷରେ ଗତବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ଖରିଫ ଧାନ ସଂଗ୍ରହ

author img

By

Published : Apr 1, 2021, 8:48 PM IST

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ମୋଟ ୬୨ ଲକ୍ଷ ୯୩ ହଜାର ୭୫୨ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ କରାଯାଇଛି । ଯାହା ଗତବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ୧୮ ପ୍ରତିଶତ ଅଧିକ । ଏନେଇ ସୂଚନା ଦେଇଛି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ।

ଚଳିତ ବର୍ଷରେ ଗତବର୍ଷ ଠାରୁ ୯ ଲକ୍ଷ ୬୨ ହଜାର ମେଟ୍ରିକ୍ ଟନ ଅଧିକ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ୫୩ ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ସେହିପରି ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨ ଲକ୍ଷ ୩୫ ହଜାର ୯୨୬ ଜଣ ଅଧିକ ଚାଷୀ ଖରିଫ୍ ଧାନ ବିକ୍ରି କରିଛନ୍ତି । ଗତବର୍ଷ ସମୁଦାୟ ୯ ଲକ୍ଷ ୫୬ ହଜାର ୬୮୬ ଜଣ ପଞ୍ଜିକୃତ ଚାଷୀ ସେମାନଙ୍କ ଖରିଫ୍ ଧାନ ବିକି ଥିବାବେଳେ ଚଳିତ ଖରିଫରେ ୧୧ ଲକ୍ଷ ୯୨ ହଜାର ୧୨ ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିଛନ୍ତି ।

ସେହିପରି ଗତବର୍ଷ ସଂଗୃହୀତ ଖରିଫ ଧାନର ମୂଲ୍ୟ ୯ ହଜାର ୬୭୬ କୋଟି ଟଙ୍କା ହୋଇଥିବାବେଳେ ଚଳିତ ବର୍ଷ ସଂଗୃହୀତ ଧାନର ମୂଲ୍ୟ ମୋଟ ୧୧ ହଜାର ୭୫୬ କୋଟି ଟଙ୍କା ହୋଇଛି । ଚଳିତ ଖରିଫରେ ପ୍ରମୁଖ ଧାନ ସଂଗ୍ରହକାରୀ ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ଗତବର୍ଷ ଖରିଫ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକ ହୋଇଥିବାବେଳେ ବଲାଙ୍ଗୀରରେ ୨୨ ପ୍ରତିଶତ, ସମ୍ବଲପୁରରେ ୧୫ ପ୍ରତିଶତ କୋରାପୁଟରେ ୪୦ ପ୍ରତିଶତ, କଳାହାଣ୍ଡିରେ ୧୪ ପ୍ରତିଶତ, ନବରଙ୍ଗପୁରରେ ୨୮ ପ୍ରତିଶତ ଏବଂ ନୂଆପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଅଧିକ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ ୨୦ ପ୍ରତିଶତ, ପୁରୀରେ ୨୬ ପ୍ରତିଶତ ଏବଂ କେନ୍ଦୁଝର ଜିଲ୍ଲାରେ ୨୬ ପ୍ରତିଶତ, ଭଦ୍ରକରେ ୩୬ ପ୍ରତିଶତ, କଟକରେ ୨୦ ପ୍ରତିଶତ, ଗଜପତିରେ ୩୫ ପ୍ରତିଶତ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଓ ମୟୂରଭଞ୍ଜରେ ୩୩ ପ୍ରତିଶତ ଅଧିକ ଖରିଫ୍ ଧାନ ସଂଗ୍ରହ ହୋଇଛି । ଏଥିସହ ଗତବର୍ଷ ଅପେକ୍ଷା ଚଳିତ ଖରିଫରେ ଅଧିକ ୪୬ଟି ସୋସାଇଟିରେ ଧାନ ସଂଗ୍ରହ କରାଯାଇଥିଲା । ଗତବର୍ଷ ୨୮୩୫ଟି ସୋସାଇଟି ମାଧ୍ୟମରେ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଖରିଫରେ ୨୮୮୧ଟି ସୋସାଇଟି ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିଲେ ।

ସେହିପରି ଗତବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ୩୫୪୩ଟି ମଣ୍ଡି ଖୋଲା ଯାଇଥିବାବେଳେ ଚଳିତ ବର୍ଷ ୩୮୪୦ଟି ମଣ୍ଡି ଖୋଲା ଯାଇଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.