ଭୁବନେଶ୍ବର: ରାଜ୍ୟରେ 1600 ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିପରି ମନ୍ତ୍ରୀ କହିଛନ୍ତି ସ୍କୁଲ ଗୁଡିକରେ ବିଜ୍ଞାନଗାର ଖୋଲିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ 2015 -16 ରୁ 2018-19 ମଧ୍ୟରେ ବିଜ୍ଞାନଗାର ନିର୍ମାଣ ପାଇଁ 520 କୋଟି ଏବଂ ବିଜ୍ଞାନ ଉପକରଣ କିଣିବା ପାଇଁ 351କୋଟି ଟଙ୍କା ପ୍ରଦାନ କରାଯାଇଛି । 2,562 ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଇଛି।
ମୋ ସ୍କୁଲ ଯୋଜନାରେ 429 ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନା ରହିଛି । 100ଟି ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନଗାର ଅଛି । ସିଏସଆର ପାଣ୍ଠିରେ 819 ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି । ପୋଷ୍ୟ ସ୍କୁଲ ଜରିଆରେ 100 ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି । 100 ଟି ଉତ୍କର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରିବା କରାଯାଉଛି ।ଏନେଇ ଗୃହରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉତ୍ତର ରଖିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ