ETV Bharat / city

ଏଥର ଲୋକସଭାରେ ଓଡିଶାର 16 ନୂଆମୁହଁ

ଚଳିତ ଥର ଲୋକସଭା ପାଇଁ ତିନି ଦଳରୁ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରୁ 16 ଜଣ ଲୋକସଭା ପାଇଁ ସମ୍ପୂର୍ଣ୍ଣ ନୂଆ ।

ଡିଜାଇନ ଫଟୋ
author img

By

Published : May 27, 2019, 7:51 AM IST

Updated : May 28, 2019, 12:11 AM IST

ଭୁବନେଶ୍ବର: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ସରିଛି । ରାଜ୍ୟର 21ଟି ଲୋକସଭା ମଧ୍ୟରୁ 12ଟି ବିଜେଡି, 8 ଟି ବିଜେପି ଓ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି । ତେବେ ତିନି ଦଳରୁ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରୁ 16 ଜଣ ଲୋକସଭା ପାଇଁ ସମ୍ପୂର୍ଣ୍ଣ ନୂଆ ।

ଲୋକସଭାକୁ ପ୍ରଥମ ଥର ଲାଗି ରାଜ୍ୟରୁ ଯାଉଥିବା ସାଂସଦମାନଙ୍କ ମଧ୍ୟରୁ ବିଜେଡିର 9, ବିଜେପିର 6 ଓ କଂଗ୍ରେସର ଜଣେ ସାଂସଦ ଅଛନ୍ତି । ବିଜେପିର ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀ, ମୟୂରଭଞ୍ଜରୁ ବିଶ୍ବେଶ୍ବର ଟୁଡୁ, ସମ୍ବଲପୁରରୁ ନିତେଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, କଳାହାଣ୍ଡିରୁ ବସନ୍ତ ପଣ୍ଡା ଓ ବିଜେଡିର ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ଢେଙ୍କାନାଳରୁ ମହେଶ ସାହୁ, ଆସ୍କାରୁ ପ୍ରମିଳା ବିଶୋୟୀ, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ, ନବରଙ୍ଗପୁରରୁ ରମେଶ ମାଝି ପ୍ରଥମ ଥର ଲୋକସଭାରେ ପାଦ ରଖିବେ । ସେହିପରି କଂଗ୍ରେସରୁ କୋରାପୁଟ ସାଂସଦ ସପ୍ତଗିରି ଉଲକା ପ୍ରଥମ ଥର ଲାଗି ଲୋକସଭା ଯାଉଛନ୍ତି । ଅବଶ୍ୟ ଏମାନଙ୍କ ମଧ୍ୟରୁ ବିଜେଡିର ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭା ସାଂସଦ ଅଛନ୍ତି କିନ୍ତୁ ଲୋକସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।

ସୂଚନାଥାଉକି, 21 ସାଂସଦଙ୍କ ମଧ୍ୟରୁ ବିଜେଡିର ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ ଓ ଚନ୍ଦ୍ରଶେଖର ସାହୁ ପୂର୍ବରୁ ଲୋକସଭା ଯାଇଥିବାବେଳେ ବିଜେପିର ଜୁଏଲ ଓରାମ୍‌ ଓ ସଙ୍ଗୀତା କୁମାରୀ ସିଂହ ଦେଓ ପୂର୍ବରୁ ଲୋକସଭା ସାଂସଦ ରହି ସାରିଛନ୍ତି ।

ତେବେ ଓଡିଶା ଏଥର 16 ନୂଆମୁହଁ ଲୋକସଭାକୁ ପଠାଇଥିବାରୁ ସେମାନେ କିପରି ରାଜ୍ୟର ସ୍ବାର୍ଥକୁ ସଂସଦରେ ଉପସ୍ଥାପନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Intro:Body:

BLANK

Conclusion:
Last Updated : May 28, 2019, 12:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.