ଭୁବନେଶ୍ବର:ଦିନକୁ ଦିନ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି(ଗୁରୁବାର) ପୁଣି 16 ଜଣଙ୍କର ମୁଣ୍ଡ ନେଇଛି କୋରୋନା । ରାଜ୍ୟରେ ମୋଟ 752 ଜଣଙ୍କର ମୃତ୍ୟୁ ଘଟିଲାଣି।
ବଲାଙ୍ଗୀରରେ 43 ବର୍ଷୀୟ ପୁରୁଷ, ଭୁବନେଶ୍ବରରେ 65 ବର୍ଷର ପୁରୁଷ, 76 ବର୍ଷର ପୁରୁଷ ଓ 72 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରାପଡାରେ 58 ବର୍ଷର ମହିଳା ଓ 82 ବର୍ଷର ପୁରୁଷ, ଖୋର୍ଦ୍ଧାରେ 57 ବର୍ଷର ମହିଳା ଓ 69 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।
ସେହିପରି ମୟୂରଭଞ୍ଜରେ 58 ବର୍ଷର ପୁରୁଷ, ନୟାଗଡରେ 54 ବର୍ଷର ପୁରୁଷ, ପୁରୀରେ 79 ବର୍ଷର ପୁରୁଷ, 67 ବର୍ଷର ପୁରୁଷ , 82 ବର୍ଷର ଓ 39 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ରାୟଗଡାରେ 57 ବର୍ଷର ପୁରୁଷ ଓ ସୁବର୍ଣ୍ଣପୁରରେ 70 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟଛି। ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 752 ରେ ପହଁଚିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ