ଭୁବନେଶ୍ୱର: ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବାବେଳେ ସୋମବାର ରାଜଧାନୀ ଭୁବନେଶ୍ବରରେ 159 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 159 ଆକ୍ରାନ୍ତଙ୍କ ମଧ୍ୟରୁ 118 ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ 41 ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ସଂଗରୋଧ କେନ୍ଦ୍ରରୁ ଚିହ୍ନଟ 118 ଆକ୍ରାନ୍ତ ମଧ୍ୟରୁ 44 ଜଣ ନୟାପାଲ୍ଲୀ, 20 ଜଣ ଆଇଗିନିଆ ଆଲୁଗଦି, 13 ଜଣ ୟୁନିଟ-3 ଖାରବେଳ ନଗର , 4 ଜଣ ପଳାଶୁଣି, 5 ଜଣ ସହିଦ ନଗର, 5 ଜଣ ସାଲିଆସାହି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ସେହିପରି ସରକାରୀ ହସ୍ପିଟାଲ, ଡୁମଡୁମା, ପୋଲିସ ଏକାଡେମୀ, କଳିଙ୍ଗ ନଗର, ଚକେଇସିଆଣି, ଘରୋଇ ହସ୍ପିଟାଲରୁ 2 ଜଣ ଲେଖାଏଁ ଆଖ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳିଙ୍ଗ ନଗର, ରାଜମହଲ ଛକ, ନାକା ଗେଟ, ପଟିଆ, ପାଣ୍ଡାର, ପୋଖରିପୁଟ, ଭିଭିଏସ ନଗର, ୟୁନିଟ-9, କଳିଙ୍ଗ ବିହାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି 41 ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଓଲ୍ଡ଼ ଟାଉନ, ଝାରପଡା, ଭିଭିଏସ ନଗର, କଳିଙ୍ଗ ନଗର, ଜାଗମରା, ମଞ୍ଚେଶ୍ୱର, ଡୁମ ଡୁମା, ସରକାରୀ ହସ୍ପିଟାଲ ର କର୍ମଚାରୀ, ଆଇଗିନିଆ , ଲକ୍ଷ୍ମୀସାଗର, ନୀଳାଦ୍ରି ବିହାର, ଜାଭିଆର ଛକ, ନୟପାଲି, ୟୁନିଟ 4 ତ୍ରିନାଥ ନଗର ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନ କରାଯାଇଛି। ସେହିପରି ଭାବରେ 3 ଜଣ ଜୟଦେବ ବିହାର, 2 ଜଣ ନୟାପଲ୍ଲୀ, 2 ଜଣ ସିରିପୁର, 3 ଜଣ ସଲଶ୍ରୀ ବିହାର, 7 ଜଣ ସାଳିଆ ସାହିର ଆଦିବାସୀ ଅଂଚଳରୁ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ଭୁବନେଶ୍ୱରରେ ମୋଟ 2150 ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1011 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1125 ଏବେବି ଚିକିତ୍ସିତ ହେଉଛନ୍ତି। ଏଥିସହ 12 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ