ETV Bharat / city

ଆଜି ୧୩୮ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Nov 14, 2021, 8:30 AM IST

୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି । ଆଜି(ରବିବାର) ୪ ଜିଲ୍ଲାରେ ୧୩୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପ୍ରତି ପିଲା ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା । ଆଉ ସେହି ପ୍ରତିଭା ଓ ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷାର ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି । ଆଜି(ରବିବାର) ୪ ଜିଲ୍ଲାରେ ୧୩୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ । ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା, ବୌଦ୍ଧ ଜିଲ୍ଲା ୧୦ ହାଇସ୍କୁଲ, ସୋନପୁରର ୧୧ ହାଇସ୍କୁଲ, ଭଦ୍ରକର ୧୭ ହାଇସ୍କୁଲ ଓ କେନ୍ଦୁଝରର ୧୦୦ ହାଇସ୍କୁଲ ରହିଛି । ଭିସି ଯୋଗେ ବିଦ୍ୟାଳୟ ଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି ।

ପ୍ରକାଶ ଥାଉ କି, ଗତ ନଭେମ୍ବର ୧୧ ତାରିଖରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.