ଭୁବନେଶ୍ବର: ଦ୍ଵାଦଶ ଶ୍ରେଣୀ ଫର୍ମ ଫିଲପ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତକାଲି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ଏହାକୁ 18 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଉଚ୍ଚ ଶିକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଏହି ନିଷ୍ପତ୍ତି ନେଇଛି ପରିଷଦ ।
ତେବେ ଫାଇନ ସହ ସହ 18 ତାରିଖ ଯାଏଁ ଫର୍ମପୂରଣ କରିହେବ । 450 ଟଙ୍କା ଫାଇନ ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଏପର୍ଯ୍ୟନ୍ତ 3ଲକ୍ଷ ଛତ୍ରଛାତ୍ରୀ ଫର୍ମ ଫିଲପ କରିସାରିଥିବା ସୂଚନା ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ