ଭୁବନେଶ୍ବର: ଓଡିଶାରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଯାହା ଦ୍ବାରା ବର୍ତ୍ତମାନ ରାଜ୍ୟରେ ଏକ ହଜାର ପାର କିରିଛି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ପୁଣି 119 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ 1245 ସୁସ୍ଥ ସଂଖ୍ୟା ପହଞ୍ଚିଛି ।
ତେବେ ଯାଜପୁରରେ 60 ସୁସ୍ଥ ହୋଇଥିବା ବେଳେ, କଟକରେ 13, କେନ୍ଦ୍ରାପଡାରେ 12, ଗଜପତିରେ 9, ନୟାଗଡରେ 6, ସୁନ୍ଦରଗଡରେ 5, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ 3 ଜଣ, ଗଂଜାମ ଓ ବଲାଙ୍ଗୀରରେ 2 ଜଣ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରେ ଜଣେ ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2104ରେ ପହଁଛିଛି । ସେହିପରି ସୁସ୍ଥ ହୋଇ 1245 ଘରକୁ ଫେରିଛନ୍ତି । ବର୍ତ୍ତମାନ ମୋଟ 850 ଜଣ ସକ୍ରିୟ ରହିଛନ୍ତି । କୋରୋନାରେ 7 ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ