ETV Bharat / city

ଆଜି ରାଜ୍ୟରେ 100 ପାର କୋରୋନା ଆକ୍ରାନ୍ତ

author img

By

Published : Mar 19, 2021, 1:54 PM IST

ପୁଣି ଲେଉଟିଲାଣି କୋରୋନା । ଅନେକ ଦିନ ପରେ ରାଜ୍ୟରେ ପୁଣି ଶହେ ପାର ହୋଇଛି କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...

ଶହେ ପାର କୋରୋନା ସଂକ୍ରମଣ
ଶହେ ପାର କୋରୋନା ସଂକ୍ରମଣ

ଭୁବନେଶ୍ବର : ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ଶହେ ପାର ହୋଇଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ 110ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 64ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 46ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । କଟକରୁ ସର୍ବାଧିକ 20ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 6ଜଣ, ବାଲେଶ୍ବରରୁ 2ଜଣ, ବରଗଡରୁ 4ଜଣ, ଭଦ୍ରକରୁ 1, କଟକରୁ 20ଜଣ, ଦେଓଗଡରୁ 2ଜଣ, ଢେଙ୍କାନାଳରୁ 1, ଗଞ୍ଜାମରୁ 6 ଜଣ, ଜଗତସିଂହପୁରରୁ 2ଜଣ, ଯାଜପରରୁ 5ଜଣ, ଝାରସୁଗୁଡାରୁ 4ଜଣ, କଳାହାଣ୍ଡିରୁ 2ଜଣ, କନ୍ଧମାଳରୁ 1, ଖୋର୍ଦ୍ଧାରୁ 15ଜଣ, ମୟୂରଭଞ୍ଜରୁ 9ଜଣ, ନବରଙ୍ଗପୁରରୁ 2ଜଣ, ନୂଆପଡାରୁ 9ଜଣ,ପୁରୀରୁ 3ଜଣ, ରାୟଗଡାରୁ 1, ସମ୍ବଲପୁରରୁ 4ଜଣ,ସୁନ୍ଦରଗଡରୁ 7ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 3ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 338599ଜଣ କୋରୋନା ସଂକ୍ରମିତ ରହିଛନ୍ତି । ଏବେ ରାଜ୍ୟରେ 705ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 335923ଜଣ ସୁସ୍ଥ ହୋଇଛନ୍ତି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.