ଭୁବନେଶ୍ବର: ୧୦ କୋଟି ଜିଏସଟି ଠକେଇ ଅଭିଯୋଗ । ଏହି ଘଟଣାରେ ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁକୁ ଅଟକ ରଖାଯାଇଛି । ଯାହାକୁ ନେଇ ଷ୍ଟେଟ ଜିଏସଟିର ବଡଧରଣର ଚଢାଉ ହୋଇଛି ।
ଅଭିଯୁକ୍ତକୁ ବିଜେବି ନଗର ସ୍ଥିତ ଘରୁ ଗିରଫ କରାଯାଇ ଅନେକ କାଗଜପତ୍ର ଜବତ କରାଯାଇଛି । ରିକ୍ସା ଚାଳକ ଏବଂ ଛାତ୍ରଙ୍କ ନାମରେ ବେନାମୀ ଫର୍ମ କରି ସେ ଠକୁଥିଲା ଜିଏସଟି । ବାର୍ଷିକ ୪୦କୋଟି ଟଙ୍କାର ନେଣଦେଣ କାରବାର ହେଉଥିବା ଜଣାପଡ଼ିଛି । ଯାହାର ସୁରାକ ପାଇ ସିଟି ଜିଏସଟି ତାକୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ମୋଟ ୧୦୫ କୋଟିର ଟ୍ରାନଜାକ୍ସନ ହୋଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ