ETV Bharat / city

ସରକାରଙ୍କ ସହାୟତା ଲୋଡ଼ିଲେ ପର୍ବତାରୋହୀ

ଏହି ଉତ୍ସାହୀ ପର୍ବତାରୋହୀମାନେ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରୁଜ ଚଢିବାକୁ ଯୋଜନା କରିଛନ୍ତି ।

ଫଟୋ ସୌଜନ୍ଯ:ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 21, 2019, 12:22 PM IST

ଭୁବନେଶ୍ବର: 7 ମହାଦେଶର 7 ଗିରିଶୃଙ୍ଗ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଥିବା ଓଡିଶାର 10 ଜଣ ଯୁବ ପର୍ବତାରୋହୀ ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି । ଏନେଇ ପର୍ବତାରୋହୀଙ୍କୁ ସହାୟତା ଉଦ୍ଦେଶ୍ୟରେ ନିୟୁ ଇଣ୍ଡିଆ ଆଡଭେଞ୍ଚର ପକ୍ଷରୁ ପ୍ରେସମିଟ କରାଯାଇଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଭୁବନେଶ୍ବର

ଆସନ୍ତା ସେପ୍ଟମ୍ବର 30ରୁ ନିୟୁ ଇଣ୍ଡିଆ ଆଡଭେଞ୍ଚର ପକ୍ଷରୁ 25 ଜଣ ମନାଲି ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେଠାରୁ ମାତ୍ର 10 ଜଣ ୟୁରୋପ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏଥିପାଇଁ ଅର୍ଥାଭାବ ସମସ୍ୟା ଥିବାରୁ କ୍ରିଡା ଯୁବ ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗକୁ ସହାୟତା ଲୋଡିଛନ୍ତି ।

ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସାହୀ ପର୍ବତାରୋହୀମାନେ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରୁଜ ଚଢିବାକୁ ଯୋଜନା କରିଛନ୍ତି ।

ଆସନ୍ତାବର୍ଷ ଜାନୁଆରୀ 26 ତାରିଖରେ, ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ସମୟରେ ଠିକ ସେହି ସମୟରେ ଆଫ୍ରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲି ମଞ୍ଜରାରେ ଦେଶର ଜାତୀୟ ପତାକାକୁ ଉଡାଇବାକୁ ଲଷ୍ୟ ରଖିଥିବା ଏହି ପ୍ରେସମିଟରେ ସୂଚନା ଦିଆଯାଇଛି । ମାତ୍ର ଏହି ଯାତ୍ରା ପାଇଁ ମୋଟ 20 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦରକାର ପଡୁଥିବାବେଳେ ମୁଣ୍ଡପିଛା 2ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ହେଲେ ପାଖରେ ଅର୍ଥର ଅଭାବ ରହିଥିବାବେଳେ ତାଙ୍କ ପକ୍ଷରେ ଏହା ସମ୍ଭବପର ହୋଇ ପାରୁନାହିଁ । ତେଣୁକରି ସରକାରଙ୍କୁ ସାହାୟତା ମାଗିଛନ୍ତି। ସାଧାରଣ ଏଭରେଷ୍ଟ ବିଜୟୀଙ୍କୁ ହିଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବାବେଳେ ସେହି ରାଶିକୁ ଯିବା ପୂର୍ବରୁ କିଛି ପ୍ରଦାନ କଲେ ବେଶ ଭଲ ହୁଅନ୍ତା ବୋଲି ଏହି ଆରୋହଣକାରୀ ମାନେ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:7 ମହାଦେଶ ର 7 ଗିରିଶୃଙ୍ଗ ଚୁଇବା ଲକ୍ଷ୍ୟ ରେ ଓଡିଶା 10 ଜଣ ପର୍ବଟା ରେହି ରାଜ୍ୟ ସରକାର ଙ୍କ ସହାୟତା ଲେଡ଼ିଛନ୍ତି। ଏ

Body:7 ମହାଦେଶ ର 7 ଗିରିଶୃଙ୍ଗ ଚୁଇବା ଲକ୍ଷ୍ୟ ରେ ଓଡିଶା 10 ଜଣ ପର୍ବଟା ରେହି ରାଜ୍ୟ ସରକାର ଙ୍କ ସହାୟତା ଲେଡ଼ିଛନ୍ତି। ଏହି ପ୍ରତିଜେଗି ମାନେ ୟୁରେପ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ ବୁଜ ଚଢ଼ିବା ଲକ୍ଷ୍ୟ ରଖିଛନ୍ତି।ହେଲେ ପାଖରେ ଅର୍ଥ ର ଅଭାବ ରହିଥିବା ବେଳେ ତାଙ୍କ ପକ୍ଷରୁ ଏହା ସମ୍ଭବପର ହୋଇ ପାରୁ ନାହିଁ ତେଣୁ କରି ସରକାର ଙ୍କ ପାଖରେ ସାହାୟତା ମଗିଛନ୍ତି। ଏଭେରେଷ୍ଟ କାରୀ ମାନଙ୍କ ପାଇଁ ଯେଉଁ ରାଶି ରହି ଥାଏ ତାକୁ ଯିବା ପୂର୍ବରୁ କିଛି ପ୍ରଦାନ କଲେ ବେଶ ଭଲ ହୁଅନ୍ତା ବୋଲି ଏହି ଆରେହଣ କରି ମାନେ କହିଛନ୍ତି। ଅନ୍ୟ ପଟେ ଶୃଙ୍ଗ ଚଢିବା ପରେ ଯାହା ବି ଅର୍ଥ ଆସିବ ସେମାନେ ନିଜ ବ୍ୟକ୍ତିଗତ ରେ ଖର୍ଚ୍ଚ କରିବେ ନାହିଁ ଅନ୍ୟ ଏକ ଆରେହାଣ କାରୀ କୁ ଦେବେ ବୋଲି ମଧ୍ୟ ନିଜର ମତ ରଖିଛନ୍ତି। ଏହି ଦଳ ସେପ୍ଟେମ୍ବର ରୁ ନିଜର ଆଭିଜାନ ଅଭିମୁଖେ ବାହାରିବ ଓ ଜାନୁଆରୀ 26 ରେ ୟୁରେପବର କିଲିମାଞ୍ଜରେ ଜାତୀୟ ଉଡାଇବାର ଲକ୍ଷ୍ୟ ରଖିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.