ETV Bharat / city

ଆଜି ପୁଣି ରାଜ୍ୟର 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି - 10 more death case repoted in odisha today

ରାଜ୍ୟରେ କୋରୋନା ମୃତ୍ୟୁ ରେ ଲାଗୁନି ବ୍ରେକ । ଆଜି ପୁଣି 10 ଜୀବନ ନେଲା କୋରୋନା । ଆଜକୁ ମିଶାଇ ଆଜକୁ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ହୋଇଛି ।

ଆଜି ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି

author img

By

Published : Aug 6, 2020, 12:06 PM IST

ଭୁବନେଶ୍ୱର: ପ୍ରତିଦିନ ରାଜ୍ୟରେ ମୁଣ୍ଡ ଗଡାଉଛି କୋରୋନା । ଆଜି ପୁଣି 10 ଜୀବନ ନେଲା କୋରୋନା । ଆଜକୁ ମିଶାଇ ଆଜକୁ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ହୋଇଛି ।

ଗଞ୍ଜାମର 52 ବର୍ଷୀୟ ପୁରୁଷ, ନବରଙ୍ଗପୁରର 40 ବର୍ଷୀୟ ପୁରୁଷ, ସୁନ୍ଦରଗଡର 28 ବର୍ଷୀୟ ମହିଳା, ଗଞ୍ଜାମର 40 ବର୍ଷୀୟ ପୁରୁଷ, ନୟଗାଡର 39 ବର୍ଷୀୟ ପୁରୁଷ, ସୁନ୍ଦରଗଡର 54 ବର୍ଷୀୟ ପୁରୁଷ, ଗଞ୍ଜାମର 55 ବର୍ଷୀୟ ପୁରୁଷ, ଭଦ୍ରକର 53 ବର୍ଷୀୟ ମହିଳା, କନ୍ଧମାଳର 61 ବର୍ଷୀୟ ପୁରୁଷ, କେନ୍ଦୁଝରର 52 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତକଙ୍କ ମଧ୍ୟରେ ଅନେକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ଟ୍ୱିଟ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଆଜି ରାଜ୍ୟରେ 29 ଜିଲ୍ଲାରୁ 1699 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ 1073 ଓ ସ୍ଥାନୀୟ ସଂକ୍ରମଣ 626 ଜଣ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା 600591 ଟେଷ୍ଟ ସରିଥିବା ବେଳେ ଆକ୍ଟିଭ ମାମଲା ରହିଛି 14700 । ସେହିପରି ମୋଟ ପଜିଟିଭ ମାମଲା 40,717 ରହିଥିବା ବେଳେ 25,737 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.