ETV Bharat / city

ଅପରେସନ ହ୍ବାଇଟ ସ୍ପାଇଡର: ୯ ମାସରେ ୧୦ କେଜି ବ୍ରାଉନସୁଗାର ଜବତ

author img

By

Published : Oct 9, 2021, 1:59 PM IST

Updated : Oct 9, 2021, 3:10 PM IST

ପାର୍ବଣ ଋତୁରେ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ସକ୍ରିୟ ହୋଇଛି ଓଡ଼ିଶା ପୋଲିସ । ଗତ ୯ ମାସ ମଧ୍ୟରେ ୧୦ କେଜିର ବ୍ରାଉନସୁଗାର ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ...

ଟ୍ବିନସିଟ ରେଭ ପାର୍ଟି ଉପରେ ନଜର, ୯ ମାସରେ ଜବତ ହୋଇଛି ୧୦କେଜି ବ୍ରାଉନସୁଗାର

ଭୁବନେଶ୍ବର: ଫେଷ୍ଟିଭ ସିଜନ‌ ପାଇଁ ରେଭ ପାର୍ଟି ଉପରେ ପୋଲିସ ନଜର । ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ଧରାପଡିଵା ପରେ ଏପଟେ ରାଜଧାନୀରେ ସକ୍ରିୟ ହୋଇଛି ପୋଲିସ । ଟ୍ବିନସିଟିରେ ଗତ ୯ ମାସ ମଧ୍ୟରେ ୧୦ କେଜିର ବ୍ରାଉନସୁଗାର ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଅପରେସନ ହ୍ବାଇଟ ସ୍ପାଇଡର: ୯ ମାସରେ ୧୦ କେଜି ବ୍ରାଉନସୁଗାର ଜବତ

ଟ୍ଵିନସିଟିରେ ରେଭ ପାର୍ଟି ଉରେ କଡା ନଜର ରଖିଛି କମିଶନରେଟ ପୋଲିସ । ଏନେଇ କଡା ଚେତାବନୀ ମଧ୍ୟ ଦେଇଛନ୍ତି ପୋଲିସ କମିଶନର। ୯ ମାସ ମଧ୍ୟରେ ଭୁବନେଶ୍ଵରରେ ୫.୬୬ କେଜି ଜବତ ହୋଇଥିବା ବେଳେ ୬୭ଜଣ ଗିରଫ ହୋଇଛନ୍ତି ‌। ସେହିପରି କଟକରେ ୪.୬୪ କେଜି ଜବତ ସହ ୩୦ଜଣଙ୍କୁ ଗିରଫ କରାଯାଇଛି । ଦୁଇ ସହରରେ ଧରାପଡିଥିବା ଅଭିଯୁକ୍ତଙ୍କଠୁ ୪୩ଲକ୍ଷ ଟଙ୍କା ଜବତ ହୋଇଛି । ଏନେଇ ରାଜଧାନୀରେ ଡ୍ରଗ୍ସ ବିରୋଧରେ ଅଗଷ୍ଟ ୧୫ରୁ ହ୍ବାଇଟ ସ୍ପାଏଡର ନାମରେ ଏକ ଅଭିଯାନ‌ ଆରମ୍ଭ ହୋଇଥିଲା । ଏଯାବତ ୩ ମାସରେ ୧ କେଜି ୭୫୦ ଗ୍ରାମ ବ୍ରାଉନସୁଗାର ସହ ୩୩ଜଣଙ୍କୁ ଗିରଫ କରାଯାଇଛି ।

ଡ୍ରଗ ଆଡିକ୍ଟ ଉପରେ କଡା ନଜର ରହିଛି । ଏହା ସହିତ 'କ୍ରାଇମ-ଡ୍ରଗ-ବସ୍ତି' ତ୍ରିକୋଣୀୟ କ୍ରାଇମ ଉପରେ ପୋଲିସ ବସ୍ତିଚାଲ ଅଭିଯାନ ଆରମ୍ଭ କରିଛି । ବସ୍ତି ହେଉ ବା ସହରବାସୀ ଏ ସମ୍ପର୍କରେ ସୂଚନା ମିଳିଲେ ପୋଲିସ ତୁରନ୍ତ ଧରିବାକୁ ଯୋଜନା କରୁଛି । ଡ୍ରଗ୍ସ ମୁକ୍ତ ଭୁବନେଶ୍ଵର ପାଇଁ ଯୋଜନା ରହିଛି । ତେଵେ ଗତ ବର୍ଷ ସାରା ରାଜ୍ୟ ମୋଟ ୩୪କେଜି ବ୍ରାଉନ ସୁଗାର ଜବତ କରିଛି ଓଡିଶା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Oct 9, 2021, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.