ETV Bharat / city

ବିପର୍ଯ୍ୟୟ ପୂର୍ବରୁ ବିଜ୍ଞାନ ଦେବ ସୂଚନା, ବରାଦ ହେଲା 10 କୋଟି - ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଚଳିତ ବର୍ଷ ପ୍ରାକ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା ପାଇଁ ବଜେଟରେ 10 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ପାଇଁ ବୈଜ୍ଞାନିକ ଉପକରଣମାନ ସ୍ଥାପନ କରାଯାଇଥିବା କଥା ମନ୍ତ୍ରୀ ବିଧାନସଭାର ପ୍ରଶ୍ନକାଳରେ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 18, 2019, 2:33 PM IST

ଭୁବନେଶ୍ବର: ରାଜ୍ୟରେ 2019-20 ବର୍ଷର ବଜେଟରେ ପ୍ରାକ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା ପାଇଁ 10 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ପାଇଁ ବୈଜ୍ଞାନିକ ଉପକରଣମାନ ସ୍ଥାପନ କରାଯାଇଥିବା କଥା ମନ୍ତ୍ରୀ ବିଧାନସଭାର ପ୍ରଶ୍ନକାଳରେ ପ୍ରକାଶ କରିଛନ୍ତି ।

ଜାତୀୟ ବାତ୍ୟା ଆପତ୍ତ ପ୍ରଶମନ ପ୍ରକଳ୍ପ ଅଧୀନରେ ରାଜ୍ୟର 6ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ 162ଟି ପ୍ରାକ ସୂଚନା ବିତରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ସେହିପରି ଚଳିତ ବର୍ଷ ଏହା ପାଇଁ ବଜେଟରେ 10 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଅଧୀନରେ ରାଜ୍ୟ ଆପାତଃକାଳୀନ ପରିଚାଳନା କେନ୍ଦ୍ର 6ଟି ଉପକୂଳବର୍ତ୍ତୀ ଜିଲ୍ଲାର ସଦର ମହକୁମା, 22ଟି ଉପକୂଳବର୍ତ୍ତୀ ଜିଲ୍ଲାର ବ୍ଲକ ଓ 14 ଟି ମତ୍ସ୍ୟ ଅବତରଣ କେନ୍ଦ୍ର ମାନଙ୍କରେ ବିଭିନ୍ନ ଯନ୍ତ୍ରପାତି ସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି 122 ଟି ଆଲର୍ଟ ଟାୱାର ସ୍ଥାପନ କରାଯାଇଥିବା ଜଣାଯାଇଛି । ସେହିପରି ସାମୂହିକ ବାର୍ତ୍ତା ପ୍ରେରଣ ଯନ୍ତ୍ର ମାଧ୍ୟମରେ 1 କୋଟି 80 ଲକ୍ଷ ମେସେଜ ପ୍ରେରଣ କରାଯାଇଥିବା ସ୍ଥାପକ କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହାସହ ଆଗୁଆ ସୂଚନା ଦେବା ପାଇଁ ୱାର୍କ ନେଟୱାର୍କ ଗଠନ କରାଯାଇଥିବା ଓ ବଜ୍ରପାତର 30-40ମିନିଟ ପୂର୍ବରୁ ସୂଚନା ଦେବା ପାଇଁ ଡୋପ୍ଲାର ରାଡାର ପାରାଦ୍ବୀପ ଓ ଗୋପାଳପୁରରେ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ପ୍ରଶ୍ନ କାଳରେ ସୂଚନା ଦେଇଛନ୍ତି । ସରକାରଙ୍କ ତରଫରୁ ଏକ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି । ଯାହାଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଥିରେ ଆଗୁଆ ସୂଚନା ଦିଆଯାଇପାରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.