ETV Bharat / city

ରାଜ୍ୟ ଦୁର୍ନୀତି ଫର୍ଦ୍ଦାଫାଶ ପଛରେ ଅଛନ୍ତି ଏହି ୧୦ ବେଷ୍ଟ ଅଫିସର

ରାଜ୍ୟରେ ହେଉଥିବା ଦୁର୍ନୀତି ଖୁଲାସା ପଛରେ ରହିଛି ଏହି ସବୁ ଅଫିସରଙ୍କ ଅବଦାନ । ଜାଣନ୍ତୁ କେଉଁ ସବୁ ଅଫିସର ଅଛନ୍ତି ଏହି ଲିଷ୍ଟରେ ..

ରାଜ୍ୟ  ଦୁର୍ନୀତି ଫର୍ଦ୍ଦାଫାସ ପଛରେ ଅଛନ୍ତି ଏହି ୧୦ ବେଷ୍ଟ ଅଫିସର

author img

By

Published : Nov 3, 2020, 9:20 PM IST

ଭୁବନେଶ୍ବର: ରାଜ୍ୟରେ ହେଉଥିବା ଦୁର୍ନୀତି ଖୁଲାସା ପଛରେ ରହିଛି ଏହି ସବୁ ଅଫିସରଙ୍କ ଅବଦାନ । ରାଜ୍ୟ ଦୁର୍ନୀତି ନିବାରଣ ସପ୍ତାହ ଶେଷ ଅବସରରେ ଏମାନଙ୍କୁ କରାଯାଇଛି ସମ୍ମାନିତ । ତେବେ ଏଥିମଧ୍ୟରେ ଭୁବନେଶ୍ବର ବେଷ୍ଟ ଭିଜିଲାନ୍ସ ଡିଭିଜନ ।

ରାଜ୍ୟ  ଦୁର୍ନୀତି ଫର୍ଦ୍ଦାଫାସ ପଛରେ ଅଛନ୍ତି ଏହି ୧୦ ବେଷ୍ଟ ଅଫିସର
ରାଜ୍ୟ ଦୁର୍ନୀତି ଫର୍ଦ୍ଦାଫାସ ପଛରେ ଅଛନ୍ତି ଏହି ୧୦ ବେଷ୍ଟ ଅଫିସର

ସେହିପରି ବାରିପଦା ବେଷ୍ଟ ଭିଜିଲାନସ ୟୁନିଟ, ରାଉରକେଲା ଦ୍ବିତୀୟ ବେଷ୍ଟ ଭିଜିଲାନ୍ସ ୟୁନିଟ, ବରଗଡ ତୃତୀୟ ବେଷ୍ଟ ଭିଜିଲାନସ ୟୁନିଟ ରହିଛି । ଏଭଳି ଭାବେ ୧୦ ବେଷ୍ଟ ଇନଭେଷ୍ଟିଗେଟିଂ ଅଫିସରଙ୍କ ମଧ୍ୟରେ ରହିଛନ୍ତି ଭିଜିଲାନସ ସେଲର ଡିଏସପି ତନୁଜା ମହାନ୍ତି,ସମ୍ବଲପୁର ଡିଭିଜନର ଇନସ୍ପେକ୍ଟର ପ୍ରଦୀପ କୁମାର ଆଇଣ୍ଡ,ବାଲେଶ୍ବର ଡିଭିଜନର ଡିଏସପି ଶରତ କୁମାର ମହାପାତ୍ର, କୋରାପୁଟ ଡିଭିଜନର ଇନସ୍ପେକ୍ଟର କଳାବତୀ ବାଗ, କଟକ ଡିଭିଜନର ଡିଏସପି ସୁରେନ୍ଦ୍ରନାଥ ରାଜଗୁରୁ, ଭୁବନେଶ୍ବର ଡିଭିଜନର ଡିଏସପି ସୁଶାନ୍ତ କୁମାର ପାଣିଗ୍ରାହୀ,ବ୍ରହ୍ମପୁର ଡିଭିଜନର ଇନସ୍ପେକ୍ଟର ପୁଲସ୍ତି ଛତ୍ରିଆ ।

ସେହିପରି ବ୍ରହ୍ମପୁର ଡିଭିଜନର କ୍ରିଷ୍ଣା କୁମାରୀ ବେଷ୍ଟ ମହିଳା ଇନଭେଷ୍ଟିଗେଟିଂ ଅଫିସର । ବେଷ୍ଟ ଟେକନିକାଲ ଅଫିସର ଭିଜିଲାନ୍ସ ଡାଇରେକ୍ଟରେଟ ଅଶୋକ କୁମାର ଦାସ , ବେଷ୍ଟ ପିପି ସ୍ବର୍ଗତ ସୁରେଶ ମହାପାତ୍ର ଯେ, କି ଫୁଲବାନି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ କାର୍ଯ କରୁଥିଲେ ।

ଚଳିତ ବର୍ଷର ସ୍ଲୋଗାନ ରହିଛି ସତର୍କ ଭାରତ ସମୃଦ୍ଧ ଭାରତ । ତେବେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ଦୁର୍ନୀତି ନିବାରଣର ପ୍ରଚାର ପ୍ରସାର ନେଇ ସାମାଜିକ ଗଣମାଧ୍ୟମର ସାହାରା ନେବା ଓ ମୋବାଇଲ ଏସଏମଏସ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା ହୋଇଛି । ଏଥିପାଇଁ ଅଭିଯୋଗ କରିବାକୁ ୧୦୬୮ ଟୋଲ ଫ୍ରି ନମ୍ବର ଜାରି କରାଯାଇଥିବା ବେଳେ ଏହା ସକାଳ ୮ଟାରୁ ସଂନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ସହ ଓଡିଶା ଭିଜିଲାନସ ଡଟ ଜିଓଭି ଡଟ ଇନ ଜରିଆରେ ଅନଲାଇନରେ ମଧ୍ୟ ଅଭିଯୋଗ କରିବାର ସାହାରା ନେଇପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.