ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତାଙ୍କ ସଂଖ୍ୟା । ପୂର୍ବରୁ ଏହି ସଂଖ୍ୟା କମ ଥିବାବେଳେ ଏବେ ଏହା ବଢିବାରେ ଲାଗିଛି । ତେବେ ମଙ୍ଗବାର ପୁଣି ଏକ କୋଭିଡ-19 ପଜିଟିଭ ରିପୋର୍ଟ ହୋଇଛି । ଯାହାଦ୍ବାରା ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 170 ଛୁଇଁଛି ।
ସେହିପରି ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 60 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମୁଦାୟ ରାଜ୍ୟରେ 109ଟି ସକ୍ରିୟ କେସ ଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ ପରିବାର କଲ୍ୟାଣ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ