ETV Bharat / city

OdishaAssembly: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅପେକ୍ଷାରେ ଦେଢଲକ୍ଷ ହିତାଧିକାରୀ

ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ନାହାନ୍ତି 1 ଲକ୍ଷ 40 ହଜାର 547 ହିତାଧିକାରୀ । ଏମାନଙ୍କୁ ଯୋଜନାରେ ସାମିଲ କରିବା ନେଇ ପଦକ୍ଷେପ ନିଆଯାଉଛି । ଏହା କହିଛନ୍ତି ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଯୋଜନା ଆରମ୍ଭରୁ 12 ଲକ୍ଷ 81 ହଜାର 145 ହିତାଧିକାରୀଙ୍କ ଦେହାନ୍ତ ହୋଇଥିବାବେଳେ ସେମାନଙ୍କ ସ୍ଥାନରେ ନୂଆ ହିତାଧିକରୀ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 27, 2022, 4:48 PM IST

OdishaAssembly
OdishaAssembly

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ନାହାନ୍ତି 1 ଲକ୍ଷ 40 ହଜାର 547 ହିତାଧିକାରୀ । ଏମାନଙ୍କୁ ଯୋଜନାରେ ସାମିଲ କରିବା ନେଇ ପଦକ୍ଷେପ ନିଆଯାଉଛି । ଏହା କହିଛନ୍ତି ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଯୋଜନା ଆରମ୍ଭରୁ 12 ଲକ୍ଷ 81 ହଜାର 145 ହିତାଧିକାରୀଙ୍କ ଦେହାନ୍ତ ହୋଇଥିବାବେଳେ ସେମାନଙ୍କ ସ୍ଥାନରେ ନୂଆ ହିତାଧିକରୀ ସାମିଲ ହୋଇଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅପେକ୍ଷାରେ ଦେଢଲକ୍ଷ ହିତାଧିକାରୀ

ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ନେଇ ବିଧାନସଭାରେ ଘମାଘୋଟ ଆଲୋଚନା ହୋଇଛି । ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ସେଥି ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ହିତାଧିକାରୀ ଅଛନ୍ତି । ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ ଲକ୍ଷ ୮ ହଜାର ୮୦୮ ହିତାଧିକାରୀ ଅଛନ୍ତି ।

ଚଳିତ ବର୍ଷ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧ ଲକ୍ଷ ୪୯ ହଜାର ୩୫୩ ଜଣଙ୍କୁ ସାମିଲ କରାଯାଇଛି । ଯୋଜନା ଆରମ୍ଭ ଦିନଠୁ ୧୨ ଲକ୍ଷ ୮୧ ହଜାର ୧୪୫ ହିତାଧିକାରୀଙ୍କ ଦେହାନ୍ତ ହୋଇଛି । ସେମାନଙ୍କ ସ୍ଥାନରେ ନୂଆ ହିତାଧିକରୀ ସାମିଲ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ୧ ଲକ୍ଷ ୪୦ ହଜାର ୫୪୭ ଜଣ ହିତାଧିକାରୀ ଆବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.