ଭୁବନେଶ୍ବର: ଦିଗ ବଦଳାଇଲା ବାତ୍ୟା 'ଅମ୍ପାନ' । ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗତରେ ଗତି କରିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ସେପଟେ ରାତି ତମାମ ଚାଲିଛି ଲୋକଙ୍କ ସ୍ଥାନାନ୍ତରଣ । ପ୍ରଭାବିତ ଜିଲ୍ଲାମାନଙ୍କୁ ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।
![ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ](https://etvbharatimages.akamaized.net/etvbharat/prod-images/od-bbs-2-evacuation-avo-7205239_20052020090535_2005f_1589945735_993.jpg)
![ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ](https://etvbharatimages.akamaized.net/etvbharat/prod-images/od-bbs-2-evacuation-avo-7205239_20052020090535_2005f_1589945735_1012.jpg)
ଭଦ୍ରକ, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ତଳି ଅଞ୍ଚଳରୁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କରେ ରଖିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ମୁତାବକ ରାତି 1ଟା ସୁଦ୍ଧା ପ୍ରାୟ 1 ଲକ୍ଷ 16 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏ ପ୍ରକ୍ରିୟା ଆଜି ମଧ୍ୟ ଚାଲୁ ରହିବ।
![ରାତି ଗୋଟାଏ ସୁଦ୍ଧା 1 ଲକ୍ଷ 16 ହଜାର ସ୍ଥାନାନ୍ତରିତ](https://etvbharatimages.akamaized.net/etvbharat/prod-images/od-bbs-2-evacuation-avo-7205239_20052020090535_2005f_1589945735_911.jpg)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ