ETV Bharat / city

ମଲ ପଛପଟେ ଗଞ୍ଜେଇ ବିଜନେସ, ଧରାପଡିଲେ ହାଇପ୍ରୋଫାଇଲ ଚାଲାଣକାରୀ

ରାଜଧାନୀ ଭୁବନେଶ୍ବରରେ 2 ଜଣ ଅଭିଯୁକ୍ତ ପାରୋଲରେ ଆସି ଗଞ୍ଜେଇ କାରବାର କରୁଥିବା ବେଳେ ବିଶେଷ ସୂତ୍ରରୁ ସୁରାକ ପାଇ ଏମାନେ ଆସିଥିଲେ କୁଇକ ଆକ୍ସନ ଟିମର ସ୍କାନରକୁ । ଆଉ ଧରାପଡିଥିଲେ ୬ ଜଣିଆ ହାଇପ୍ରୋଫାଇଲ ଗ୍ୟାଙ୍ଗ । ଅଧିକ ପଢନ୍ତୁ...

ମଲ ପଛପଟେ ଗଞ୍ଜେଇ ବିଜନେସ, ଧରାପଡିଲେ ହାଇପ୍ରୋଫାଇଲ ଚାଲାଣକାରୀ
ମଲ ପଛପଟେ ଗଞ୍ଜେଇ ବିଜନେସ, ଧରାପଡିଲେ ହାଇପ୍ରୋଫାଇଲ ଚାଲାଣକାରୀ
author img

By

Published : Sep 21, 2020, 7:51 PM IST

ଭୁବେନଶ୍ବର: ଗଞ୍ଜେଇ ଚାଲାଣକାରୀଙ୍କ ଉପରେ ପୋଲିସ ନଜର। ଏଥର ଧରାପଡିଲା ରାଜଧାନୀର ଗଞ୍ଜେଇ ହବ । ମଲ ପଛପଟେ ଭଡା ଘରେ ଚାଲିଥିଲା ଗଞ୍ଜେଇର ହାଇପ୍ରୋଫାଇଲ ବିଜନେସ । ଲାଗୁଥିଲା ହାଇପ୍ରୋଫାଇଲ କାର । କାରର ସିଟ ତଳେ ସ୍ବତନ୍ତ୍ର ସ୍ଥାନ ତିଆରି କରି ବିଭିନ୍ନ ସ୍ଥାନକୁ ହେଉଥିଲା ସପ୍ଲାଏ । ଆଉ ଏଭଳି କାରବାର କରୁଥିଲେ ଜେଲରୁ ଫେରିଥିବା ଅଭିଯୁକ୍ତ ।

ରାଜଧାନୀ ଭୁବନେଶ୍ବରରେ 2 ଜଣ ଅଭିଯୁକ୍ତ ପାରୋଲରେ ଆସି ଏପରି କାରବାର କରୁଥିବା ବେଳେ ବିଶେଷ ସୂତ୍ରରୁ ସୁରାକ ପାଇ ଏମାନେ ଆସିଥିଲେ କୁଇକ ଆକ୍ସନ ଟିମର ସ୍କାନରକୁ । ଆଉ ଧରାପଡିଥିଲେ ୬ ଜଣିଆ ହାଇପ୍ରୋଫାଇଲ ଗ୍ୟାଙ୍ଗ। ତମାଣ୍ଡୋ ଥାନା ରେନଗାଲିଆ ମଲ ପଛପଟେ ଥିବା କେ ୯ରେ ଏକ ଭଡା ଘର ନେଇ ଗଞ୍ଜେଇ କାରବାର କରୁଥିବା ବେଳେ ଚଢଉ କରିଥିଲା କୁଇକ ଆକ୍ସନ ଟିମ ।

ମଲ ପଛପଟେ ଗଞ୍ଜେଇ ବିଜନେସ, ଧରାପଡିଲେ ହାଇପ୍ରୋଫାଇଲ ଚାଲାଣକାରୀ

ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ୩ଟି ଏଟିଓସ ହାଇପ୍ରୋଫାଇଲ କାରକୁ ଜବତ କରିଛି ଟିମ । ସେମାନଙ୍କ ଠାରୁ ଦେଢ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ଯ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.