ETV Bharat / city

ବର୍ଷାରେ ହନ୍ତସନ୍ତ ଗ୍ରାମବାସୀ ହାଣିଦେଲେ ମୁଖ୍ୟରାସ୍ତା - ହାଣିଦେଲେ ମୁଖ୍ୟରାସ୍ତା

ଲଗାଣ ବର୍ଷାରେ ବୁଡିଲା ଗାଁ ଦାଣ୍ତ । ଜଳ ନିଷ୍କାସନ ପାଇଁ ମୁଖ୍ୟ ରାସ୍ତା ହାଣିଲେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ମହାନ୍ତି ସାହି, ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଯିବା ଫଳରେ ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

ବର୍ଷାରେ ହନ୍ତସନ୍ତ ଗ୍ରାମବାସୀ ହାଣିଦେଲେ ମୁଖ୍ୟରାସ୍ତା

author img

By

Published : Aug 18, 2020, 10:49 PM IST

ଭଦ୍ରକ: ଲଗାଣ ବର୍ଷାରେ ବୁଡିଲା ଗାଁ ଦାଣ୍ତ । ଜଳ ନିଷ୍କାସନ ପାଇଁ ମୁଖ୍ୟ ରାସ୍ତା ହାଣିଲେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ମହାନ୍ତି ସାହି, ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଯିବା ଫଳରେ ଜଳ ନିଷ୍କାସନ ପାଇଁ କରଞ୍ଜଆଡିଆ ବିଦେଇପୁର ମୁଖ୍ୟ ରାସ୍ତାକୁ ଗ୍ରାମବାସୀ ହାଣିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବିଦେଇପୁର ପଞ୍ଚାୟତର ମହାନ୍ତି ସାହି ମହାଦେବ ପୋଖରୀରେ ବର୍ଷା ଯୋଗୁଁ ପାଣି ଅତ୍ୟଧିକ ହେବା ଫଳରେ ପୋଖରୀ ପାଖରେ ଥିବା ଘର ଗୁଡିକରେ ପାଣି ପଶି ଯାଇଥିଲା । ତେଣୁ ଗ୍ରାମବାସୀ ବିଦେଇପୁର କରଞ୍ଜଆଡିଆ ରାସ୍ତାର ମହାନ୍ତି ସାହି ନିକଟ ରାସ୍ତାକୁ ହାଣି ଘାଇ କରି ଜଳନିଷ୍କାସନ କରିଥିଲେ।

ବର୍ଷାରେ ହନ୍ତସନ୍ତ ଗ୍ରାମବାସୀ ହାଣିଦେଲେ ମୁଖ୍ୟରାସ୍ତା

ଯାହା ଫଳରେ ଏହି ମୁଖ୍ୟ ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ବିଦେଇପୁର କରଞ୍ଚଆଡିଆ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ମହାଦେବ ପୋଖରୀରୁ ଜଳ ନିଷ୍କାସନ ପାଇଁ ନିର୍ମିତ ହୋମ ପାଇପ ଭାଙ୍ଗିଯିବା କାରଣରୁ ଏହିଭଳି ହୋଇଥିବା ଜଣାପଡିଛି। ତେଣୁ ତୁରନ୍ତ ସେହି ସ୍ଥାନରେ ଜଳ ନିଷ୍କାସନ ପାଇଁ କର୍ଲଭଟ ନିର୍ମାଣ ପାଇଁ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.