ETV Bharat / city

ବାତ୍ୟା କ୍ଷୟକ୍ଷତି ସଂପର୍କରେ ଚୁଡାନ୍ତ ରିପୋର୍ଟ ଦେଲେ ଭଦ୍ରକ ଜିଲ୍ଲାପାଳ

author img

By

Published : Jun 15, 2021, 10:26 PM IST

ବାତ୍ୟା ୟସ ପ୍ରଭାବକୁ ନେଇ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଚୁଡାନ୍ତ ରିପୋର୍ଟ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବାତ୍ୟା କ୍ଷୟକ୍ଷତି ସଂପର୍କରେ ଚୁଡାନ୍ତ ରିପୋର୍ଟ ଦେଲେ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ୟସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ଚୁଡାନ୍ତ ରିପୋର୍ଟ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସେଥିରେ ମୁଖ୍ୟତଃ ଏଗ୍ରୀକଲଚର, ହର୍ଟିକଲଚର, ଫିସରୀ, ଆର୍. ଆଣ୍ଡ ବି, ଆର୍. ଡି, ବିଦ୍ୟୁତ ଓ ବ୍ୟକ୍ତିଗତ କ୍ଷୟକ୍ଷତିର ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ହୋଇଥିବା କ୍ଷୟକ୍ଷତି ରେ ଯେଉଁ ଅଞ୍ଚଳରେ 33 % ରୁ ଅଧିକ ଚାଷ ଉଜୁଡି ଯାଇଛି ତ କେଉଁଠି ଲୁଣାପାଣି ମାଡି ଯାଇଥିବା ବେଳେ ସେପଟେ ବାସଗୃହ ହେଉ କିମ୍ବା ଗୁହାଳ ଘର ହେଉ ଯେଉଁଗୁଡ଼ିଏ ସଂପୂର୍ଣ୍ଣ ବା କିମ୍ଵା ଆଂଶିକ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କ ତାଲିକା ରହିଛି ।

ମୃତାହତ ହୋଇଥିବା ପଶୁ ସଂପଦ ଉପରେ ମଧ୍ଯ ତାଲିକା ଦିଆଯାଇଛି । ତହସିଲଦାର ମାନଙ୍କୁ ଏ ସଂପର୍କରେ ବ୍ୟକ୍ତିଗତ ଭାବେ କ୍ଷେତ୍ର ପରିଦର୍ଶନ କରି ପଠାଇଥିବା ରିପୋର୍ଟ ଦିଆଯାଇଛି । ମୂଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଯେଉଁ ବିଭାଗ ବା ବର୍ଗ ପାଇଁ ଯେଉଁ ଅନୁପାତରେ ଅନୁକମ୍ପା ରାଶୀ ପ୍ରଦାନ କରାଯିବାର ଘୋଷଣା କରାଯାଇଛି ସେହି ଅନୁସାରେ କ୍ଷତିଗସ୍ଥ ଲୋକଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.