ETV Bharat / city

ଭଦ୍ରକ ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

author img

By

Published : Jun 7, 2021, 5:31 PM IST

ବାତ୍ୟା ୟସରେ ଭଦ୍ରକର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି କେନ୍ଦ୍ରୀୟ ଟିମ୍ । ଅଧିକ ପଢନ୍ତୁ...

ଭଦ୍ରକ ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍
ଭଦ୍ରକ ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ୟସର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ୟସ ପରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହି ଟିମ୍ । ଧାମରା ପୋର୍ଟ ସ୍ଥିତ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ଏହି ଟିମ୍ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ।

ଭଦ୍ରକ ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ପରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ଅଞ୍ଚଳର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ପୀଡିତଙ୍କ ସହ ଏହି ଟିମ୍ ଆଲୋଚନା କରିବା ନେଇ କାର୍ଯ୍ଯକ୍ରମ ଥିବା ସୂଚନା ମିଳିଛି । ଯାହାକି ଦୋସିଙ୍ଗା, ଜାଗୁଳା ଓ ଧାମରା ଗ୍ରାମ ପଞ୍ଚାୟତ ସହ ପାଇକସାହି, ବଳଭଦ୍ର ପ୍ରସାଦ, ଝାରକଟି ଆଦି ଗ୍ରାମକୁ ଯାଇ ବାତ୍ୟା ପୀଡିତଙ୍କୁ ଭେଟିବେ ଏହି କେନ୍ଦ୍ରୀୟ ଟିମ୍ ।

ତେବେ ପ୍ରଭାବିତଙ୍କୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ସହୋଯାଗ ଯୋଗାଇ ଦିଆଯିବ ବୋଲି ଏହି କେନ୍ଦ୍ରୀୟ ଟିମ୍ ଆଶ୍ୱାସନା ଦେଇଥିବା ଜଣାପଡିଛି । ଏହି ଟିମରେ କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, ଯୁଗ୍ମ ନିର୍ଦ୍ଦେଶକ ବ୍ୟୟବରାଦ ବିଭାଗ ସୁରଜ କୁମାର ପ୍ରଧାନ, ଅର୍ଥମନ୍ତ୍ରଣାଳୟର ଶାଶ୍ବତ ମିଶ୍ର, ପୂର୍ବତନ ଯନ୍ତ୍ରୀ, ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟଙ୍କ ସମେତ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ଉଚ୍ଚ ପଦାଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.