ETV Bharat / city

ବିଦାୟ ନେଲେ ମା’ ଦୁର୍ଗା, ଭସାଣି ଦେଖିବାକୁ ଭକ୍ତଙ୍କ ଭିଡ଼

author img

By

Published : Oct 10, 2019, 10:35 AM IST

Updated : Oct 10, 2019, 10:40 AM IST

ଜଗତସିଂହପୁର ଓ ଭଦ୍ରକରେ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇ ଦୁଃଖଭରା ବିଦାୟ ଦେଇଛନ୍ତି । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୁଜାଙ୍କୁ ।

ବିଦାୟ ନେଲେ ମା’ ଦୁର୍ଗା, ଭସାଣି ଦେଖିବାକୁ ଭକ୍ତଙ୍କ ଭିଡ଼

ଭଦ୍ରକ/ଜଗତସିଂହପୁର: ଧରାପୃଷ୍ଟରୁ ବିଦାୟ ନେଲେ ମା’ ଦୁର୍ଗା । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୁଜାଙ୍କୁ । ପୁଣି ଆସନ୍ତା ବର୍ଷରେ ମା’ଙ୍କ ଆଗମନର ଅପେକ୍ଷା କରି ମା’ ଙ୍କୁ ବିଦାୟ ଦେଇଛନ୍ତି ଭକ୍ତଗଣ । ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇ ଦୁଃଖଭରା ବିଦାୟ ଦେଇଛନ୍ତି ।

ଜଗତସିଂହପୁରରେ ଗତକାଲି ବିଜୟା ଦଶମୀରେ ଅପରାଜିତା ପୂଜା ପରେ ଦହିପଖାଳ ଭୋଗ ଲାଗି କରାଯାଇ ଘଟ ବିସର୍ଜନ କରାଯାଇ ଥିଲା। ଗୁରୁବାର ମା’ ଙ୍କୁ ମେଲାଣି ଦିଆଯାଇଛି । ସହରର ଥାନପତି ମହାଦେବ କ୍ଲବ ଆମନ୍ତ୍ରଣ କ୍ରମେ ସହରର ସମସ୍ତ 40 ରୁ ଊର୍ଦ୍ଧ୍ବ ମେଢ ବିରାଟ ଶୋଭା ଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ପହଞ୍ଚି ଥିଲେ। ପହଞ୍ଚିବା ପରେ ମହାଦେବ କ୍ଲବ ପକ୍ଷରୁ ବିଧି ମୁତାବକ ଭୋଗହାଣ୍ଡି ଅର୍ପଣ କରାଯିବା ପରେ ମେଢ ଗୁଡିକ ବିସର୍ଜନ କରିବା ପାଇଁ ଅଳକା ନଦୀ କୂଳରେ ଥିବା ଅସ୍ଥାୟୀ ପୋଖରୀକୁ ନିଆଯାଇଥିଲା ।

ଭସାଣ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟା 4 ଟାରୁ ଭାରିଜାନ ଉପରେ କଟକଣା ଜାରି ହୋଇଛି । ସହର ଭିତରକୁ ଭାରିଜାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ପୁର୍ଣ୍ଣଙ୍ଗ ନିକଟରେ ପାର୍କିଙ୍ଗ କରାଯାଇଛି । ଶାନ୍ତି ଶୁଙ୍ଖଳା ରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛି । ସେହିପରି ଭଦ୍ରକରେ ଆଜି ମା’ ଦୁର୍ଗାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ବିଭିନ୍ନ ପୂଜାମଣ୍ଡପ ମାନଙ୍କରେ ମା’ ଙ୍କୁ ବିଦାୟକାଳୀନ ପୂଜାର୍ଚ୍ଚନା କରାଯାଇଥିଲା । ମା’ ଦୁର୍ଗାଙ୍କୁ ଆଜି ମେଲାଣି ଦେବା ପୂର୍ବରୁ ମହିଳା ମାନଙ୍କ ଦ୍ଵାରା ମା’ ଙ୍କ ମସ୍ତକରେ ସିନ୍ଦୂର ଅର୍ପଣ କରାଯାଇଥିଲା ।

ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ବଙ୍କ ବାସୁଳୀ, ଗବଶାହି, ବାଇପାସ, ଗାନ୍ଧି ପଡିଆ, ବାଗୁରାଇ, ସାମରାଇପୁର, ସନ୍ଥିଆ, ନୀଳକଣ୍ଠ ପୁର୍, ଲାହାପଟି, ପାଟଣା ସାହି ପୂଜା ମଣ୍ଡପ କମିଟି ପକ୍ଷରୁ ଭସାଣି ଉତ୍ସବ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶୋଭଯାତ୍ରାରେ ମୃଣ୍ମୟ ମୂର୍ତ୍ତିକୁ ନିଆଯାଇ ସାଳନ୍ଦି ନଦୀରେ ମା’ ଙ୍କୁ ବିସର୍ଜନ କରାଯାଇଥିଲା । ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର , ଧରାଧାମ ରୁ ବିଦାୟ ନେଲେ ମା, ଗତକାଲି ବିଜୟା ଦଶମୀ ରେ ଅପରାଜିତା ପୂଜାପରେ ଦହିପଖାଳ ଭୋଗ ଲାଗି କରାଯାଇ ଘଟ ବିସର୍ଜନ କରାଯାଇ ଥିଲା।ଆଜି ମା ଙ୍କୁ ମେଲାଣି ଦିଆଯାଇଛି। ସହର ର ଥାନପତି ମହାଦେବ କ୍ଲବ ଆମନ୍ତ୍ରଣ କ୍ରମେ ସହର ର ସମସ୍ତ 40 ରୁ ଅଧିକ ମେଢ ବିରାଟ ଶୋଭା ଯାତ୍ରା ରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆ ରେ ପହଁଛି ଥିଲେ। ପହଞ୍ଚିବା ପରେ ମହାଦେବ କ୍ଲବ ପକ୍ଷରୁ ବିଧି ମୁତାବକ ଭୋଗହାଣ୍ଡି ଅର୍ପଣ କରାଯିବା ପରେ ମେଢ ଗୁଡିକ ବିସର୍ଜିତ ହେବାପାଇଁ ଅଳକା ନଦୀ କୂଳରେ ଥିବା ଅସ୍ଥାୟୀ ପୋଖରୀ କୁ ନିଆଯାଇ ଥିଲା।ଭସାଣ ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଆଜି ସନ୍ଧ୍ୟା 4 ଟା ରୁ ଭାରୀଜାନ ଉପରେ କଟକଣା ଜାରି ହେଇଛି।ସହର ଭିତରକୁ ଭାରିଜାନ କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ପୁନଙ୍ଗ ନିକଟରେ ପର୍କିଙ୍ଗ କରା ଯାଉଛି। ଶାନ୍ତି ଶୁଙ୍ଖଳା ରକ୍ଷା ଓ ଭିଡ ନିଅନ୍ତ୍ରୀତ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛି

Body:Formant AVO

Conclusion:report susanta patra
Last Updated : Oct 10, 2019, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.