ETV Bharat / city

ବିକାଶର ବାସ୍ତବତା: ଗର୍ଭବତୀଙ୍କୁ ନେବାକୁ ଆସି ରାସ୍ତାରେ ଫସିଲା ଆମ୍ବୁଲାନ୍ସ - Bhadrak District Administration

ବିକାଶର ନଗ୍ନ ଚିତ୍ର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ ଗୋପାଳଦୋହରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାସ୍ତା ସମସ୍ୟା ଯୋଗୁଁ ଗର୍ଭବତୀଙ୍କୁ ଆଣିବାକୁ ଯାଇ ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଅଧିକ ପଢନ୍ତୁ...

ବିକାଶର ବାସ୍ତବତା; ଗର୍ଭବତୀଙ୍କୁ ନେବାକୁ ଆସି ରାସ୍ତାରେ ଫସିରହିଲା ଆମ୍ବୁଲାନ୍ସ,

author img

By

Published : Oct 16, 2021, 10:30 PM IST

ଭଦ୍ରକ: ପୁଣି ଜିଲ୍ଲାରେ ଦେଖିବାକୁ ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅଧିନ ଗୋପାଳଦୋହରା ଗ୍ରାମରେ । ଅଞ୍ଚଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିବା ନଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ ଗୋପାଳଦୋହରା ଗାଁର ଜଣେ ଜନୈକ ମହିଳାଙ୍କର ଗର୍ଭଯନ୍ତ୍ରଣା ହେଉଥିବାବେଳେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁ ରାସ୍ତା ଦେଇ ଆମ୍ବୁଲାନ୍ସଟି ପ୍ରବେଶ କରୁଥିବାବେଳେ ବଙ୍ଗା ଖାଲଖମା ରାସ୍ତାରେ ଫସିରହିଥିଲା । ପରେ ଚାଳକ ଜଣକ ଡାକ ପକାଇବାରୁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆମ୍ବୁଲାନ୍ସଟିକୁ ଘଟଣାସ୍ଥଳରୁ ବାହାର କରିଥିଲେ ।

ବିକାଶର ବାସ୍ତବତା; ଗର୍ଭବତୀଙ୍କୁ ନେବାକୁ ଆସି ରାସ୍ତାରେ ଫସିରହିଲା ଆମ୍ବୁଲାନ୍ସ,

ତେବେ ଏହି ରାସ୍ତାଟି ବିଗତ 4 ବର୍ଷ ପୂର୍ବେ ନିର୍ମାଣ ହୋଇଥିବାବେଳେ ମରାମତି ଅଭାବରୁ ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ସେହିପରି ଗତକାଲି ଅପରାହ୍ନରେ ବାଲି ବୋଝେଇ ଏକ ଟ୍ରାକ୍ଟର ମଧ୍ୟ ରାସ୍ତାରେ ଫସି ରହିଥିଲା । ଦୀର୍ଘ 4 ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ ପରେ ଗାଡିଟିକୁ ରାସ୍ତା ଉପରକୁ ଆଣିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ ।

ସେପଟେ ପୀରହାଟ ଗାନ୍ଧିମାର୍ଗରୁ ଚାରିବାଟିଆ ଲମ୍ବିଥିବା ରାସ୍ତା ମଧ୍ୟରୁ ସାହାପୁର ହରିପୁରରୁ ଗୋପାଳଦୋହରା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ହେଲେ ଏହି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ପଦାଧିକାରୀଙ୍କୁ ଅବଗତ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.