ଭଦ୍ରକ: ଶାସକ ଦଳ ମନମୁଖୀ ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ବିଜେପି ଦଳର ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନାଲଗୁଣ୍ଡା ସରପଞ୍ଚ ମନୋଜ ରାଉତ ଓ ନାନ୍ଦୁରପୁର, ତେନ୍ତୁଲିଡ଼ିହି, ମାଧପୁର ସମିତି ସଭ୍ୟ ଆଦି ଯୋଗଦେଇ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ଉପରେ ବର୍ଷିଥିଲେ । ସୂଚନାନୁଯାୟୀ ନବମ ଅଧିବେଶନରେ ବିରୋଧୀ ଜନ ପ୍ରତିନିଧିଙ୍କୁ ଅଣଦେଖା ନେଇ ସେମାନେ କକ୍ଷତ୍ୟାଗ କରିଥିଲେ ।
ଏବେ କୋରୋନା ମହାମାରୀ ପାଇଁ ଦଶମ ଅଧିବେଶନ ପାଇଁ ବ୍ଲକ କନଫରେନ୍ସ ହଲ ଠାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ। ଏଥିରେ ଶାସକ ଦଳ ସମର୍ଥିତ ଜନ ପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିବା ବେଳେ ବିରୋଧୀ ମାନଙ୍କୁ ଚିଠି କରାଯାଇନି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଜନ ପ୍ରତିନିଧିମାନେ ।
ଏନେଇ ନବମ ଅଧବେସନରେ ପୂର୍ବବିବରଣୀର ତାଲିକା ମଧ୍ୟ ପ୍ରଦାନ କରାଯାଇନି ଏବଂ ପଞ୍ଚାୟତ ସମିତି ବୈଠପରେ ବିରୋଧୀ ମାନଙ୍କୁ ପ୍ରଶ୍ନ ଉତ୍ତରରେ କାର୍ଯ୍ୟକ୍ରମରେ ଅସହଯୋଗ କରୁଛନ୍ତି ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ