ETV Bharat / city

ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ

author img

By

Published : Nov 19, 2020, 10:41 PM IST

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଷଷ୍ଠଦିନରେ ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି । ସପ୍ତମ ଦିନରେ ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଇ ବିଦାୟ ନେବେ ମା' । ଅଧିକ ପଢନ୍ତୁ...

ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା' ଭଦ୍ରକାଳୀ

ଭଦ୍ରକ: ଷଷ୍ଠ ଦିନରେ ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ । ଆଜି(ଗୁରୁବାର) ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ଆରମ୍ଭ ହେବା ସହ ମା ଭଦ୍ରକାଳୀ ମହାସରସ୍ଵତୀ ବେଶରେ ଦର୍ଶନ ଦେଇଛନ୍ତି ।

ପରମ ବୈଷ୍ଣବୀ ମା ଭଦ୍ରକାଳୀ ସପ୍ତମ ଦିନ ଅର୍ଥାତ ଶେଷରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ । ପଦ୍ମାସନା ହଂସ ବାହନରେ ମାଙ୍କୁ ମହାସରସ୍ଵତୀ ବେଶରେ ଦର୍ଶନ କଲେ ସକଳ ବିଦ୍ୟା ଲାଭ, ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ମାଙ୍କୁ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ମାହୋଲ ବେଶ ନିଆରା । ହେଲେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତମାନେ ମାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ତେବେ ସାତଦିନ ଧରି ଏହି ସପ୍ତମାତୃକା ବେଶ ଉତ୍ସବର ପୂର୍ଣ୍ଣାହୁତି ଶୁକ୍ରବାର ହେବ । ଏହିଦିନ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ପୂର୍ଣ୍ଣାହୁତି ଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଏଥର ଫିକା ପଡିଛି ମାଙ୍କ ପୂଜା । କେବଳ ବିଧି ଅନୁଯାୟୀ ମାଙ୍କର ପୂଜା ଅନୁଷ୍ଠିତ ହେଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.