ETV Bharat / city

ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରସଙ୍ଗ: RTI ଆବେଦନକାରୀ ଛାତ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ - ଭଦ୍ରକ ଅଟୋନମସ କଲେଜ ଜାଲ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରସଙ୍ଗ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ଦୁର୍ନୀତି ଘଟଣା ପ୍ରଘଟ ପରେ ଛାତ୍ରଙ୍କୁ ମିଳୁଛି ଧମକ । ଏହାକୁ ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

life threaten to rti applicant in Fake disability Certificate Issue of bhadrak autonomous college
ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରସଙ୍ଗ: RTI ଆବେଦନକାରୀ ଛାତ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ
author img

By

Published : Jan 12, 2022, 9:10 PM IST

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇବା ବିବାଦ ଥମିବାରେ ନାଁ ଧରୁନି । ଗୋଟିଏ ପଟେ ଏହି ଦୁର୍ନୀତି ଯୋଗୁଁ କିଛି ଛାତ୍ରଙ୍କ ଭବିଷ୍ୟତ ପ୍ରତି କୁଠାରଘାତ ସଦୃଶ ହୋଇଛି । ଅନ୍ୟପଟେ ଏଭଳି ଏକ ଜଘନ୍ୟ ଘଟଣା ଉପରୁ ପରଦା ଉଠାଇଥିବା କିଛି ଛାତ୍ରଙ୍କୁ ନାନାଦି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରସଙ୍ଗ: RTI ଆବେଦନକାରୀ ଛାତ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ

ଏହା ବି ପଢ଼ନ୍ତୁ Etv Bharat Impact: ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗ, ତନାଘନା ଆରମ୍ଭ

ଏନେଇ ଭଦ୍ରକ ଟାଉନ ଥାନାରେ ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି । ସେମାନଙ୍କୁ କିଛି ଛାତ୍ରନେତା ରାସ୍ତାରେ ଯିବା ବେଳେ ନାନାଦି ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏଥିସହ ଜାଲ ସାର୍ଟିଫିକେଟରେ ଆଡମିଶନ କରିଥିବା ଛାତ୍ରମାନେ ମଧ୍ୟ ଧମକ ଦେଉଥିବା ସୂଚନା ମିଳିଛି । ତେବେ ଏହି ଚକ୍ରବ୍ୟୁହରେ ଛନ୍ଦି ହୋଇଥିବା ଛାତ୍ର ଓ ଛାତ୍ର ନେତାମାନେ ନିଜ ଦୋଷ ଲୁଚାଇବାକୁ ଯାଇ ଆଇନ ହାତକୁ ନେବାକୁ ପଛାଉନାହାନ୍ତି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.