ETV Bharat / city

ଭଦ୍ରକ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ - ପୋଲିସ ମହାନିର୍ଦ୍ଦେଶକ ଅଭୟ

DGP visit to bhadrak
ଭଦ୍ରକ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ
author img

By

Published : Apr 5, 2020, 11:10 AM IST

Updated : Apr 5, 2020, 12:08 PM IST

11:00 April 05

ଭଦ୍ରକ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ: ଜିଲ୍ଲାରେ ଦ୍ଵିତୀୟ କୋରୋନା ପଜେଟିଭ ଚିହ୍ନଟ ହେବା ପରେ, ଭଦ୍ରକ ସହର ସମେତ ସହରକୁ ଲାଗିଥିବା କିଛି ଗ୍ରାମାଞ୍ଚଳକୁ ଅପ୍ରେଲ 3 ତାରିଖ ରାତି 8 ରୁ ଅପ୍ରେଲ 5 ତାରିଖ ରାତି 8 ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଭଦ୍ରକ ସହରରେ ସଟ୍‌ଡାଉନ୍‌ ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।  

ସେ ପ୍ରଥମେ ଭଦ୍ରକରେ ପହଞ୍ଚି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେସ ପଟ୍ଟନାୟକ ଓ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ । ଏଥିସହ ସେ ଡିଆଇବି କାର୍ଯ୍ୟାଳୟରେ ହୋଇଥିବା ପୋଲିସ କଣ୍ଟ୍ରୋଲ ରୁମ ବୁଲି ଦେଖିଥିଲେ ।  

ପରେ ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଞ୍ଚଳ, ସହରାଞ୍ଚଳ ଥାନା ଅଞ୍ଚଳ ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳ, ଚରମ୍ପା ସମେତ ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଯାଇ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା, ପାଟ୍ରୋଲିଂ ବ୍ୟବସ୍ଥା ସହ ସଟ୍‌ଡାଉନର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।  

ସୂଚନା ଅନୁଯାୟୀ, ସଟ୍‌ଡାଉନ୍‌ ପାଇଁ ଭଦ୍ରକ ସହରରେ 15 ପ୍ଲାଟୁନ ପୋଲିସ ଫୋର୍ସ, 35 ଜଣ ପୋଲିସ ଅଧିକାରୀ, 22 ଜଣ ମାଜିଷ୍ଟ୍ରେଟ ଏବଂ 3 ପ୍ଲାଟୁନ ଓଏସଏଏଫ ସହରରେ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।  

ଭଦ୍ରକରୁ ଦେବାଶିଷ୍‌ ମହାପାତ୍ର, ଇଟିଭି ଭାରତ

Last Updated : Apr 5, 2020, 12:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.