ETV Bharat / city

କଣ୍ଟ୍ରାେଲ ଓ ରିଲିଫ୍ ସାମଗ୍ରୀ ହଡପ ଅଭିଯୋଗରେ CPIMର ବିକ୍ଷୋଭ

ଜିଲ୍ଲାରେ ବିଭିନ୍ନ ସାମଗ୍ରୀର ବଣ୍ଟନରେ ଅନିୟମିତତା ସମେତ ହରିଲୁଟ୍ ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସିପିଆଇଏମ୍ ପକ୍ଷରୁ PDS ସାମଗ୍ରୀ ହଡପକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଛି । ଅଧିକ ପଢନ୍ତୁ...

କଣ୍ଟ୍ରାେଲ ଓ ରିଲିଫ୍ ସାମଗ୍ରୀ ହଡପ ଅଭିଯୋଗରେ CPIMର ବିକ୍ଷୋଭ
କଣ୍ଟ୍ରାେଲ ଓ ରିଲିଫ୍ ସାମଗ୍ରୀ ହଡପ ଅଭିଯୋଗରେ CPIMର ବିକ୍ଷୋଭ
author img

By

Published : Aug 6, 2021, 3:53 PM IST

ଭଦ୍ରକ: ଜିଲ୍ଲାରେ କଣ୍ଟ୍ରୋଲ ସାମଗ୍ରୀ ଓ ରିଲିଫ ବଣ୍ଟନରେ ଅନିୟମିତତା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଏନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସୁଥିବା ଗହମ, ଚାଉଳ, କିରୋସିନକୁ ବ୍ୟାପକ ମାତ୍ରାରେ ହଡପ କରାଯାଉଥିବା ନେଇ ଆଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତା ସହିତ ବାତ୍ୟା ୟାସ ପ୍ରଭାବରେ ବିପନ୍ନ ନୂଆଗାଁ ଗ୍ରାମ ପଞ୍ଚାୟତ ବାସୀଙ୍କ ଗୋଖାଦ୍ୟ ହଡପ ବିରୁଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୂଆଗାଁ ଶାଖା ପକ୍ଷରୁ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କଣ୍ଟ୍ରାେଲ ଓ ରିଲିଫ୍ ସାମଗ୍ରୀ ହଡପ ଅଭିଯୋଗରେ CPIMର ବିକ୍ଷୋଭ

ଏଥି ସହିତ ହରିଲୁଟକାରୀଙ୍କୁ ଗିରଫ କରାଯିବା ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ନୂଆଗାଁ ଗ୍ରାମ ପଞ୍ଚାୟତକୁ ଆସିଥିବା ଗହମ ଓ ଚାଉଳକୁ ମନଇଛା ଡିଲର ବାଣ୍ଟିଥିବା ବେଳେ କିରୋସିନି ପ୍ରତି କାର୍ଡ ପିଛା ମାସିକ 2 ଲିଟର ଦେବା ପରିବର୍ତ୍ତେ 1 ଲିଟର ଲେଖାଏଁ ବଣ୍ଟନ କରାଯାଇଛି ।

ସେପଟେ ପ୍ରତି କାର୍ଡ ପିଛା ମାସିକ 1 ଲିଟର କିରୋସିନ ହଡପ କରାଯାଇଛି । କିରୋସିନ ଲିଟର ବେଆଇନ୍ ଭାବେ 45 ଟଙ୍କା ଲେଖାଏଁ ଆଦାୟ ମଧ୍ୟ ହେଉଛି । ବାତ୍ୟା ୟସରେ ନୂଆଗାଁ ଗ୍ରାମ ପଞ୍ଚାୟତକୁ ଆସିଥିବା ଗୋଖାଦ୍ୟ ବଣ୍ଟନ ହୋଇ ନଥିବାରୁ ସେଥିରୁ କିଛି ହଡପ ହୋଇଛି ଓ ଆଉ କିଛି ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଦୀର୍ଘ ଦିନ ଧରି ପଡି ରହି ନଷ୍ଟ ହେବାରେ ଲାଗିଛି ।

କଣ୍ଟ୍ରୋଲ ସାମଗ୍ରୀ ଓ ରିଲିଫ ହଡପକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସିପିଆଇଏମ ପକ୍ଷରୁ କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ବ୍ଲକ ଯୋଗାଣ ଅଧିକାରୀ କ୍ଷେତ୍ରର ତଦନ୍ତ କରିବା ପରେ ହଡପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଇଛନ୍ତି । ତେବେ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.