ଭଦ୍ରକ: ଚିନ୍ତା ବଢାଉଛି ମହାମାରୀ କୋରୋନା ସଂକ୍ରମଣ । ଏପରିସ୍ଥିତିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟକୁ 14 ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ପୌରପାଳିକାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।
ସୂଚନା ଅନୁଯାୟୀ ଗୁରୁବାର ଠୁ ଆସନ୍ତା ଜୁଲାଇ 29 ଯାଏଁ ବନ୍ଦ ରହିବ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ । ଏନେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ପୌରାପାଳିକା କର୍ମଚାରୀଙ୍କୁ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ପୂର୍ଣ୍ଣ ପୌରପାଳିକା କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ଜଣାପଡିଛି ।
![ଭଦ୍ରକ ପୌରପାଳିକା କାର୍ଯ୍ୟାଳୟକୁ 14 ଦିନ ପାଇଁ ବନ୍ଦ ଘୋଷଣା](https://etvbharatimages.akamaized.net/etvbharat/prod-images/od-bha-03-municipality-shut-down-visual-7203442_16072020212924_1607f_1594915164_449.jpg)
ତେବେ ହୋମ କ୍ବାରେଣ୍ଟାଇନରେ ରହୁଥିବା ସମସ୍ତ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବେ । ଆବଶ୍ୟକ ସ୍ଥଳେ ନିର୍ଦ୍ଦେଶ ପାଇଲେ ବାହାରକୁ ଆସି କାର୍ଯ୍ୟ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଜାରି କରିଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ