ETV Bharat / city

ପାଣିରେ ଚାଲିଚାଲି ସମସ୍ୟା ବୁଝିଲେ ଜିଲ୍ଲାପାଳ, ଦେଲେ ସମାଧାନର ପ୍ରତିଶ୍ରୁତି

author img

By

Published : Sep 9, 2021, 5:35 PM IST

ଭଦ୍ରକ ପୌରପାଳିକା ଅଧୀନ 5 ନମ୍ବର ଓ୍ବାର୍ଡରେ ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟା ପରିଦର୍ଶନ କଲେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ଖୁବ ଶୀଘ୍ର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ...

ପାଣିରେ ଚାଲିଚାଲି ସମସ୍ୟା ବୁଝିଲେ ଜିଲ୍ଲାପାଳ, ଖୁବ ଶୀଘ୍ର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି

ଭଦ୍ରକ: ପୌରପାଳିକା ଅଧୀନ 5 ନମ୍ବର ଓ୍ବାର୍ଡକୁ ଅଚାନକ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ବିଶେଷକରି 5 ନମ୍ବର ଓ୍ବାର୍ଡର କଣ୍ଟାପାଳ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନେ ଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ପାଣି ଜମି ରହିବା ସହ ଘରେ ପଶୁଛି ବର୍ଷାଜଳ । ଫଳରେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧା ଭୋଗନ୍ତି ଅଞ୍ଚଳବାସୀ। ତେବେ ଏପରି ଅଭିଯୋଗ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ଖୋଦ ଜିଲ୍ଲାପାଳ ପାଣିରେ ବୁଲି ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

ପାଣି ଭିତରେ ଚାଲି ଚାଲି ସମସ୍ୟା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମସ୍ୟା ସମାଧାନ ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି ଓ ସମସ୍ୟାର ସମାଧାନ ହେଉଛି ତାକୁ ଅଞ୍ଚଳବାସୀଙ୍କ ଅପେକ୍ଷା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.