ETV Bharat / city

ଧାମନଗର NACରେ ପୁନଃମତଦାନ ଶେଷ, ୧୪୪ ଧାରା ଜାରି

author img

By

Published : Apr 5, 2022, 8:19 PM IST

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁନଃ ମତଦାନ ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

ଧାମନଗର NACରେ ପୁନଃମତଦାନ ଶେଷ, ୧୪୪ ଧାରା ଜାରି
ଧାମନଗର NACରେ ପୁନଃମତଦାନ ଶେଷ, ୧୪୪ ଧାରା ଜାରି

ଭଦ୍ରକ: ଜିଲ୍ଲା ଅନ୍ତର୍ଗତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁନଃ ମତଦାନ ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ଜାରି କରାଯାଇଛି । ଆଜି (ମଙ୍ଗଳବାର) 5 ତାରିଖ ରାତି 9ଟାରୁ 7 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଆସନ୍ତାକାଲି (ଅପ୍ରେଲ 6 ତାରିଖ) ମତ ଗଣନା ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନେଇଛି ପ୍ରଶାସନ ।

ଏହି ସମୟରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କୌଣସି ସମାବେଶ ଉପରେ କଟକଣା ଜାରି ହୋଇଛି । ୫ ଜଣରୁ ଅଧିକ ଗୋଟିଏ ସ୍ଥାନରେ ସମାଗମ ହୋଇପାରିବ ନାହିଁ । ଏଥିସହ କୌଣସି ବିଜୟୀ ପ୍ରାର୍ଥୀ କୌଣସି ସ୍ଥାନରେ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ । ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ନିର୍ଦ୍ଧାରିତ ତାରିଖ ଓ ସମୟରେ ହଟିବ କି ବଳବତ୍ତର ରହିବ ସେନେଇ ପରବର୍ତ୍ତୀ ବିଜ୍ଞପ୍ତିରେ ପ୍ରଶାସନ ସୂଚନା ଦେବ ବୋଲି କହିଛି ।

୧୪୪ ଧାରା ଜାରି
୧୪୪ ଧାରା ଜାରି
  • ଭୋଟଗଣତି ପାଇଁ ଧାମନଗ NACରେ ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ
  • ଆଇନଶୃଙ୍ଖଳା ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲ୍ଲାପାଳଙ୍କ ନିଷ୍ପତ୍ତି
  • ଧାମନଗର କଲ୍ୟାଣ ମଣ୍ଡପ ଭୋଟଗଣତି କେନ୍ଦ୍ର ନିକଟରେ ୪ ଚକିଆ ମନା

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.