ETV Bharat / city

ଥାନା ମଧ୍ୟରେ ଯୁବକଙ୍କ ଆତ୍ମହତ୍ୟା

author img

By

Published : May 4, 2021, 7:53 AM IST

ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା । କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଥାନା ମଧ୍ୟରେ ଯୁବକଙ୍କ ଆତ୍ମହତ୍ୟା
ଥାନା ମଧ୍ୟରେ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଥାନା ମଧ୍ୟରେ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ପରିସରରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗୀପୁର ଗ୍ରାମର ୩୦ ବର୍ଷୀୟ ଯୁବକ ଗଣେଷ ଡାକୁଆ । ଯୁବକ ଜଣଙ୍କୁ ପୋଲିସ କୌଣସି ଏକ ମାମଲାରେ ଥାନାକୁ ଆଣି ଥାନା ପରିସରରେ ରହିଥିବା ଶିଶୁ ଓ ମହିଳା ଡେସ୍କ ପରିସରରେ ରଖିଥିଲେ ।

ତେବେ ଯୁବକ ଜଣଙ୍କ ପିନ୍ଧିଥିବା ବେଲ୍ଟ ବେକରେ ଳଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । କୌଣସି ମାନସିକ ଅଶାନ୍ତି ବା ଅନ୍ୟ କାରଣରୁ ଯୁବକ ଜଣଙ୍କ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଦାୟିତ୍ବରେ ଥିବା ସେଣ୍ଟ୍ରିଙ୍ଗ୍ କର୍ମଚାରୀ ଜଣଙ୍କ କୁଆଡେ ଚାଲିଯିବା ପରେ ଏପରି ଘଟଣା ଘଟିଥିବା ଜଣାପଡିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ଏମ୍.କେ.ସି.ଜି ମେଡିକାଲକୁ ନେଇଥିବାବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ ଯୁବକ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ ଉଚ୍ଚ ଅଧିକାରୀଙ୍କ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.