ETV Bharat / city

ଆସନ୍ତା ୫ରେ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରିବେ ବିଭିନ୍ନ ସଂଗଠନ

author img

By

Published : Aug 30, 2020, 8:27 AM IST

ସେପ୍ଟେମ୍ବର ୫ରେ ଦେଶ ବ୍ୟାପୀ ପ୍ରତିବାଦ ଦିବସ ପାଳନ କରିବ ବିଭିନ୍ନ ସଂଗଠନ । ସାମିଲ ହେବେ 400 ରୁ ଅଧିକ ସଂଗଠନ । ଅଧିକ ପଢନ୍ତୁ....

Various organizations will observe a nationwide protest day on September 5
ସେପ୍ଟେମ୍ବର ୫ରେ ଦେଶ ବ୍ୟାପୀ ପ୍ରତିବାଦ ଦିବସ ପାଳନ କରିବ ବିଭିନ୍ନ ସଂଗଠନ

ବ୍ରହ୍ମପୁର: ସେପ୍ଟେମ୍ବର ୫ରେ ଦେଶ ବ୍ୟାପି ପ୍ରତିବାଦ ଦିବସ ପାଳନ କରିବ ବିଭିନ୍ନ ସଂଗଠନ । ଚାରି ଶହରୁ ଅଧିକ ମହିଳା ସଙ୍ଗଠନ, କିନ୍ନର ସମ୍ପ୍ରଦାୟ ଓ ମାନବ ଅଧିକାର ସଂଗଠନ ପକ୍ଷରୁ ସେପ୍ଟେମ୍ବର ପାଞ୍ଚରେ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯିବ । ସମ୍ବିଧାନ ଓ ଏହାର ମୂଲ୍ୟବୋଧର ରକ୍ଷା ନିମନ୍ତେ ସାରା ଦେଶରେ ପ୍ରତିବାଦ ଦିବସ ରୂପେ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା ନିମନ୍ତେ ସ୍ଥିର ହୋଇଛି । କୋରୋନାର ମହାମାରୀ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବା ବେଳେ ବହୁ ମହିଳା, କିନ୍ନର ମାନେ ଆର୍ଥିକ ଅନଟନର ସମୁଖିନ ହେଉଛନ୍ତି ।

ଏପରିକି ପୁଞ୍ଜିବାଦ ଅର୍ଥନୀତି ଯୋଗୁଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମୁଖିନ ହେଉଛନ୍ତି । ଏନେଇ ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇଫ ଉଇ ଡୁ ନଟ ରାଇଜ ଓଡିଶାର ରାଜ୍ୟ ସଂଯୋଜିକା ଲେନା ଚାନ୍ଦ,ଉତ୍କଳ ଖ୍ରୀଷ୍ଟିୟାନ୍ କାଉନସିଲର ସମ୍ପାଦିକା ,ଗଞ୍ଜାମ କିନ୍ନର ମହାସଙ୍ଘର ସଭାନେତ୍ରୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.