ETV Bharat / city

କୋଭିଡ୍ ଟୀକାକରଣ ପ୍ରକ୍ରିୟା ନେଇ ଗଞ୍ଜାମରେ ଜିଲ୍ଲାସ୍ତରୀୟ ବୈଠକ

କୋଭିଡ୍ ଟୀକାକରଣ ପ୍ରକ୍ରିୟାକୁ ନେଇ ଗଞ୍ଜାମରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

କୋଭିଡ୍ ଟିକାକରଣ ପ୍ରକ୍ରିୟା  ନେଇ ଗଞ୍ଜାମ ଜିଲ୍ଲା ସ୍ତରୀୟ ବୈଠକ

author img

By

Published : Dec 3, 2020, 9:46 AM IST

ବ୍ରହ୍ମପୁର: କୋଭିଡ୍-୧୯ ମହାମାରୀ ସମଗ୍ର ବିଶ୍ବରେ ଜୀବନ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିକାଶର ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୫୦ ଟିକା ସହିତ ସମ୍ଭବତଃ କୋଭିଡ୍ -୧୯ ବିରୁଦ୍ଧରେ ଏକ ଟିକା ଆମ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ସର୍ବ ପ୍ରଥମ ହସ୍ତଗତ ହେବ । କୋଭିଡ୍ - ୧୯ ପାଇଁ ଟୀକାକରଣ ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପରାମର୍ଶ ଅନୁଯାୟୀ, ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଟୀକାକୁ ପ୍ରାଥମିକତା ଦିଆଯିବ । ପରେ ଅନ୍ୟ ଆଗଧାଡିରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ବୟସ୍କ ବର୍ଗଙ୍କୁ ଟୀକା ଦିଆଯିବ ।

ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପରିଚାଳନା କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ଗଠନ କରାଯାଇ କୋଭିଡ୍ ଟୀକାକରଣ, କୋଭିଡ୍ ଟୀକାକରଣ ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟକଳାପର ଯୋଜନା ତଥା କାର୍ଯ୍ୟକାରୀତା ତଥା କୋଭିଡ୍ ଟୀକା କରଣର ସମଗ୍ର ପ୍ରକ୍ରିୟାର ସାମଗ୍ରୀକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

ସପ୍ତାହକ ମଧ୍ୟରେ ବ୍ଲକ୍ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟିକା ପରିଚାଳନା ଗତ ଯୋଜନା ପାଇଁ ଏବଂ ପ୍ରସ୍ତୁତିକୁ ଆହୁରି ବିକେନ୍ଦ୍ରୀକରଣ କରିବା ଉଦ୍ଦେଶ୍ୟରେ ବିଡିଓଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକା ପ୍ରବର୍ତ୍ତନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ରହିବେ। ସେହିପରି ସି.ଏଚ୍.ସି. ର ସ୍ବାସ୍ଥ୍ୟ ଅଧିକାରୀ କନଭେନିୟର୍ ରହିବେ । ସଭ୍ୟଭାବେ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ବ୍ଲକ୍ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଯୁବ ଅନୁଷ୍ଠାନର ପ୍ରତିନିଧି, ଏନସିସି, ନେହେରୁ ଯୁବ କେନ୍ଦ୍ର, ଏନ୍.ଏସ୍.ଏସ୍.ର ସଭ୍ୟ ଜଣେ ଜଣେ ରହିବେ ।

ଦ୍ବିତୀୟତଃ ଉନ୍ନୟନ ପାର୍ଟନର୍ ଭାବେ WHO, UNICEF, Other Partners, Community Based Organizations, Rotary International, Lions Club ଇତ୍ୟାଦିରୁ ଜଣେ ଜଣେ ସଭ୍ୟ ରହିବେ । ଏଥିସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ବାରା ଖାତିର୍ କରୁଥିବା ଜଣେ ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନର ଜଣେ ପ୍ରତିନିଧି ସଭ୍ୟ ଭାବେ ଉକ୍ତ କମିଟିରେ ରହିପାରିବେ । ଏହାକୁ ପରିଚାଳନା କରିବା ନିମନ୍ତେ କୋଭିନ୍ ସଫ୍ଟଓୟାର୍ ପ୍ରସ୍ତୁତ କରି ଡାଟା ବେସ୍ ପ୍ରସ୍ତୁତ କରିବା, ପ୍ରଶିକ୍ଷଣ ଦିଆଯିବା, ସଚେତନତା ଓ ପ୍ରସାର ପ୍ରଚାର କାର୍ଯ୍ୟକୁ ଯୋରଦାର କରିବା ଓ ଏହାର ପରିଚାଳନାକୁ ସୁଦୃଢ କରିବା ନେଇ ଜିଲ୍ଲାପାଳ ଯୋର ଦେଇଥିଲେ ।

ଟୀକା ଆସିବା ଠାରୁ ହିତାଧିକାରୀ ମାନଙ୍କ ଠାରେ ଏହା ପହଞ୍ଚିବା ପର୍ଯ୍ୟନ୍ତ ଗୋଟିଏ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ । କୋଲ୍ଡ ଷ୍ଟୋରେଜ୍ ବାହାନ ଗୁଡିକ ଚିହ୍ନଟ କରି ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥାକୁ ପୂର୍ବ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଟିକା ପରିଚାଳନା ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ମଧ୍ୟ ସଜାଗ ରହିବାକୁ ଜିଲ୍ଲାପାଳ ଅବଗତ କରାଇ ବିଡିଓ, ତହସିଲଦାର ଓ ଥାନା ଅଧିକାରୀ ମାନଙ୍କର ଭୂମିକା ଗୁରୁତ୍ବ ଥିବା ଅବଗତ କରାଇଥିଲେ ।

ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ 2-10 ଜଣଙ୍କ ମଧ୍ୟରେ ସଂକ୍ରମଣ ସଂଖ୍ୟା ରହିଛି । କୋଭି଼ଡ୍ ପରିଚାଳନାରେ ଉତ୍ତମ କାର୍ଯ୍ୟରେ ସମସ୍ତ ଅଧିକାରୀ ସାମିଲ ଥିବା ହେତୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା କଥା ଜିଲ୍ଲାପାଲ ବ୍ୟକ୍ତ କରିଥିଲେ । ଓଡିଶାରେ ଗଞ୍ଜାମର ପରିଚାଳନା କମିଟି ଯେମିତି ଭଲ ହେବ ସେ ଦିଗରେ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.