ETV Bharat / city

ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ ସାଙ୍ଗ

author img

By

Published : Aug 25, 2022, 1:56 PM IST

ଛତ୍ରପୁର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଖି ବୁଜିଲେ ଦୁଇ ସାଙ୍ଗ । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ ସାଙ୍ଗ
ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ ସାଙ୍ଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦୁଇ ସାଙ୍ଗ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଏବଂ ହିଞ୍ଜିଳିର ଦଣ୍ଡପାଳ।

ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ ସାଙ୍ଗ

ଏହାବି ପଢନ୍ତୁ: କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା,୯ ମୃତ

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଜାତୀୟ ରାଜପଥ ୧୬ ନିକଟ ନିକଟରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । ସୁମନ ଓ ଦଣ୍ଡପାଳ ବ୍ରହ୍ମପୁର ସହରରୁ ଭୁବନେଶ୍ବର ଅଭିମୁଖେ ବାଇକରେ ଯାଉଥିଲେ । ଯିବା ସମୟରେ ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଲୁହା ଡିଭାଇଡରରେ ସେମାନଙ୍କ ବାଇକ ବାଡେଇ ହୋଇ ଯାଇଥିଲା । ଦ୍ରୁତ ଗତିରେ ବାଇକଟି ଥିବାରୁ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ମୃତକଙ୍କ ଗାଁରେ ଏ ଖବର ପହଞ୍ଚିବା ପରେ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.