ETV Bharat / city

କାଲିଠୁ କଡାକଡି ହେବ ଟ୍ରାଫିକ ନିୟମ, ବ୍ରହ୍ମପୁରରେ ବ୍ୟାପକ ସଚେତନତା - ଟ୍ରାଫିକ ନିୟମକୁ ନେଇ ବ୍ୟାପକ ସଚେତନତା

ମାର୍ଚ୍ଚ ପହିଲାରୁ କଡାକଡି ହେବାକୁ ଯାଉଛି ଟ୍ରାଫିକ ନିୟମ । ସରକାରଙ୍କ ପକ୍ଷରୁ ଘୋଷଣା ପରେ ବ୍ରହ୍ମପୁର ସହରରେ କରାଯାଉଛି ବ୍ୟାପକ ସଚେତନତା । ଅଧିକ ପଢ଼ନ୍ତୁ...

_traffic awareness programme
ମାର୍ଚ୍ଚ ପହିଲାରୁ କଡାକଡି ହେବ ଟ୍ରାଫିକ ନିୟମ
author img

By

Published : Feb 29, 2020, 7:20 PM IST

ବ୍ରହ୍ମପୁର: ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ପୁଣିଥରେ କଡାକଡି ହେବାକୁ ଯାଉଛି ଟ୍ରାଫିକ ନିୟମ । ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା ପରେ ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମକୁ କଡାକଡି କରାଯିବା ପୂର୍ବରୁ ପୋଲିସ ପକ୍ଷରୁ ସହରର ପ୍ରମୁଖ ସ୍ଥାନରେ କରାଯାଇଛି ସଚେତନତା କାର୍ଯ୍ୟକ୍ରମ ।

ମାର୍ଚ୍ଚ ପହିଲାରୁ କଡାକଡି ହେବ ଟ୍ରାଫିକ ନିୟମ

ସହରର ଟ୍ରାଫିକ ଡିଏସ୍ ପି ସାର୍ଥକ ରାୟଙ୍କ ନେତୃତ୍ୱରେ ସହରର କମାପଲ୍ଲୀ ଛକ ଠାରୁ ଆରମ୍ଭ କରି ଟାଟାବେଞ୍ଜ ଛକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ନେଇ ସଚେତନତା କରାଯାଇଥିଲା । ଦୁଇ ଚକିଆ ଗାଡି ଚଲାଇବା ସମୟରେ ହେଲମେଟ ପରିଧାନ କରିବା ଏବଂ ଚାରିଚକିଆ ଯାନରେ ସିଟ୍ ବେଲ୍ଟ ପରିଧାନ କରିବା ନେଇ ସଚେତନତା କରାଯାଇଥିଲା । ଏଥିରେ ସହରର ଟିମ୍ କ୍ଳିନ୍ ସିଟିର ସଦସ୍ୟଙ୍କ ଠାରୁ ଆରମ୍ଭ କରି ସହରର ଟ୍ରାଫିକ ବିଦ୍ୟାର୍ଥୀ ସ୍ବେଚ୍ଛାସେବୀମାନେ ସାମିଲ ରହିଥିଲେ । ବ୍ରହ୍ମପୁରରେ କିଭଳି ଜନସାଧାରଣଙ୍କୁ ସଚେତନତା କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.