ETV Bharat / city

ବୃନ୍ଦାବନ ଜାନୀ ହତ୍ୟାକାଣ୍ଡ ଘଟଣା, ତିନି ଜଣଙ୍କୁ ବାନ୍ଧିଲା ଜରଡା ପୋଲିସ - ମୁଣ୍ତ କାଟିଲେ ମଦ ମାଫିଆ

ମଦ ବିକ୍ରିକୁ ବିରୋଧ କରିବାରୁ ମୁଣ୍ତ କାଟିଲେ ମଦ ମାଫିଆ । ପଳାସପୁର ବୃନ୍ଦାବନ ଜାନୀ ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ । ଅଧିକ ପଢନ୍ତୁ

ବୃନ୍ଦାବନ ଜାନୀ ହତ୍ୟାକାଣ୍ଡ ଘଟଣା ,ତିନି ଜଣଙ୍କୁ ବାନ୍ଧିଲା ଜରଡା ପୋଲିସ

author img

By

Published : Aug 25, 2022, 9:28 AM IST

ବ୍ରହ୍ମପୁର: ବ୍ରହ୍ମପୁର ଜରଡା ଥାନା ଅନ୍ତର୍ଗତ ପଳାସପୁର ଗାଁରେ ବୃନ୍ଦାବନ ଜାନୀ ହତ୍ୟା ଘଟଣା । ଜରଡା ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ପୋଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ମୁଖ୍ୟତ ଗାଁରେ ମଦ କାରବାର ବନ୍ଦ କରିବାକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିଛି । ତେବେ, ଗିରଫ ଅଭିଯୁକ୍ତମାନେ ହେଲେ ପଳାସପୁର ଗାଁର ପର୍ଶୁରାମ ଶବର, ନିରଞ୍ଜନ ଶବର ଏବଂ ସୁନାରିବାଡ ଗାଁର କୈବଲ୍ୟ ଶବର ।

ବୃନ୍ଦାବନ ଜାନୀ ହତ୍ୟାକାଣ୍ଡ ଘଟଣା ,ତିନି ଜଣଙ୍କୁ ବାନ୍ଧିଲା ଜରଡା ପୋଲିସ

ସୂଚନା ଅନୁଯାୟୀ ଗତ 20 ତାରିଖ ଦିନ ପଳାସପୁର ଠାକୁରାଣୀ କେନାଲ ମଧ୍ୟରୁ ଶରୀରରୁ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ପରେ ଏହା ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ଜାନୀଙ୍କର ବୋଲି ଜଣାପଡିଥିଲା । ମୃତକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଜରଡା ଥାନା ପୋଲିସ ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ଏହାବି ପଢନ୍ତୁ: ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା

ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ ପ୍ରସ୍ତୁତ କରିବା ସହିତ ତାହାକୁ ବିକ୍ରି କରି ଆସୁଥିଲେ ପର୍ଶୁରାମ ଶବର ଏବଂ କୈବଲ୍ୟ ଶବର । ହେଲେ ଏହାକୁ ଘୋର ବିରୋଧ କରୁଥିଲେ ବୃନ୍ଦାବନ । ଯାହାକୁ ନେଇ ବୃନ୍ଦାବନଙ୍କୁ ଜୀବନରୁ ମାରି ଦେବା ପାଇଁ ସ୍ଥିର କରିଥିଲେ ଉଭୟେ। ଏଣୁ ଯୋଜନା ମୁତାବକ ବୃନ୍ଦାବନ ନିଜ ଚାଷ ଜମିରୁ ଫେରୁ ଥିବା ବେଳେ ଅଭିଯୁକ୍ତମାନେ ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ବେକକୁ ଆକ୍ରମଣ କରିବା ପରେ ଶରୀରୁ ମୁଣ୍ଡ ଅଲଗା ହେବା ପରେ ମୃତଦେହକୁ ନିକଟସ୍ଥ କେନାଳରେ ଫିଙ୍ଗି ଦେଇଥିବା ବେଳେ ମୁଣ୍ଡଟିକୁ ଚାଷ ଜମିରେ ପକାଇ ଚାଲି ଯାଇଥିଲେ । ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.