ବ୍ରହ୍ମପୁର: ଆଜି(ଶୁକ୍ରବାର) ମହାପ୍ରଭୁଙ୍କ ପବିତ୍ର ନାଗାର୍ଜୁନ ବେଶ । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପ୍ରତ୍ୟକ ୨୫ ବର୍ଷରେ ଥରେ ଆୟୋଜିତ ହେଉଥିବା ମହାପ୍ରଭୁଙ୍କ ଏହି ବେଶକୁ ଭକ୍ତ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ।
ଏହି ଅବସରରେ ବ୍ରହ୍ମପୁର ସହରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ୟାଣ୍ଡ ଆନିମେସନ୍ । ବାଲୁକା କଳା ମାଧ୍ୟମରେ ସତ୍ୟ ନିଜର ନିଖୁଣ ଭାବରେ ଏହାକୁ ପ୍ରସ୍ତୁତ କରିବା ସହିତ ଏକ ସୁନ୍ଦର ଭଜନ ମଧ୍ୟରେ ଏହାକୁ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ