ETV Bharat / city

ପ୍ଲାଣ୍ଟରେ ଷ୍ଟିମ ପାଇପ ଫାଟି 3 ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା - The plant's steam pipe exploded

ଗଞ୍ଜାମ ଗ୍ରାସୀମ ଇଣ୍ଡଷ୍ଟ୍ରିରେ ପ୍ଳାଣ୍ଟର ଷ୍ଟିମ୍‌ ପାଇପ୍‌ ବେଲ୍ଟ‌ ଫାଟି ଯିବାରୁ ଏଥିରେ ଜଣେ ଇଞ୍ଜିନିୟରଙ୍କ ସମେତ ଦୁଇ ଜଣ ଶ୍ରମିକଙ୍କୁ ମିଶାଇ ତିନି ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

The plant's steam pipe exploded; 3 injured
ଫାଟିଲା ପ୍ଲାଣ୍ଟର ଷ୍ଟିମ ପାଇପ : 3 ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି
author img

By

Published : Oct 6, 2020, 5:52 PM IST

ବ୍ରହ୍ମପୁର: ଗଞ୍ଜାମ ଗ୍ରାସୀମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ଅଘଟଣ । ପ୍ଳାଣ୍ଟର ଷ୍ଟିମ୍‌ ପାଇପ୍‌ ବେଲ୍ଟ‌ ଫାଟି ଯିବାରୁ ଏଥିରେ ଜଣେ ଇଞ୍ଜିନିୟରଙ୍କ ସମେତ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତୋଜନା ସହିତ ଆନ୍ଦୋଳନ ଦେଖିବାକୁ ମିଳିଛି ।

ମଙ୍ଗଳବାର ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍ଟ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର ସମେତ ଦୁଇ ଜଣ ଠିକା କର୍ମଚାରୀଙ୍କୁ ମିଶାଇ ତିନି ଜଣ ଗୁରୁତର ଆହାତ ହୋଇଥିଲେ । ସେମାନେ ହେଲେ କମ୍ପାନୀର ଇଞ୍ଜିନିୟର ଅଭିଷେକ ପାଲ ଅପରେଟର ମନୋଜ ରାଉଳ, ବେଣୁ ପାଣି ରେଡ୍ଡୀ ।

ଫାଟିଲା ପ୍ଲାଣ୍ଟର ଷ୍ଟିମ ପାଇପ : 3 ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି

ଆହତଙ୍କୁ ତୁରନ୍ତ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବାରୁ ଶ୍ରମିକଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଛି ।

ତେବେ ବିଳମ୍ବରେ ଆମ୍ବୁଲାନ୍ସ ଆସିବା, ଆମ୍ବୁଲାନ୍ସରେ ଅନ୍ୟାନ୍ୟ ସୁବିଧା ନଥିବା ସହିତ ଉପଯୁକ୍ତ କ୍ଷତିପୂରଣ ଦାବିରେ ଠିକା ଶ୍ରମିକମାନେ କମ୍ପାନୀରେ ଆନ୍ଦୋଳନ କରିଥିଲେ । ଏହି ଘଟଣା ପରେ ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ସମେତ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କମ୍ପାନୀ ଉପରିସ୍ଥ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାବତ୍‌ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.