ବ୍ରହ୍ମପୁର:ସଡକ ଦୁର୍ଘଟଣାରେ ଆହାତ ହୋଇ ଜାତୀୟ ରାଜପଥରେ ପଡିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଠାଇ ନିଜ ଗାଡିରେ ଏମ୍.କେ.ସି.ଜି ମେଡିକାଲକୁ ନେଲେ ବ୍ରହ୍ମପୁର ଏସ୍.ପି । ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲୀ ଜାତୀୟ ରାଜପଥରେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ହଠାତ୍ ନିଜ ଗାଡିରୁ ଓହ୍ଲାଇ ରାସ୍ତା ଉପରେ ପଡିରହିଥିବା ଦୁଇ ଆହତଙ୍କୁ ନିଜ ଗାଡିରେ ମେଡିକାଲକୁ ନେଇଥିଲେ ।
ଏସପିଙ୍କ ଏଭଳି ମାନବିକତା ଦେଖାଇବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୂର୍ବରୁ କନିଷି ଜାତୀୟ ରାଜପଥ ନିକଟରେ ଦୁର୍ଘଟଣାରେ ମଧ୍ୟ ଆହାତଙ୍କୁ ଉଠାଇ ନିଜ ଗାଡିରେ ଚିକିତ୍ସା ପାଇଁ ପଠାଇଥିବାର ନଜର ରହିଛି । ହେଲେ ବ୍ରହ୍ମପୁର ଏସପିଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ